ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍ସିସି ଶ୍ରୀ ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗତବର୍ଷ ଭଳି ଏବର୍ଷ ମଧ୍ୟ କ୍ଲଷ୍ଟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ କିଶୋର ପଣ୍ଡା ମଞ୍ଚାସୀନ ଥିଲେ । ପ୍ରଥମ ପର୍ଯ୍ୟାୟରେ ଗୁରୁଦିବସ ଉପଲକ୍ଷେ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ସିଆର୍ସିସି ଦିବସ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ଗୀତ ପରିବେଷଣ କରିଥିଲେ ।ଶିକ୍ଷକ ପ୍ରତ୍ୟୁଷ ଭୋଇ ମଞ୍ଚ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଦିବ୍ୟ କିଶୋର ପଣ୍ଡା ନିଜର ବକ୍ତବ୍ୟ ରଖି ଶିକ୍ଷକମାନଙ୍କୁ କିଛି ଅଭିନବ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶୁଭମ କୁମାର ପତି ଗୁରୁଦିବସ ପାଳନର ମହତ୍ତ୍ୱ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ସହ ବୈତାଳି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟବକ୍ତା ଜୟ କୁମାର ସାହୁ ଗୁରୁମାନଙ୍କୁ ସମ୍ମାନ ଜଣେଇବା ସହ ମୁନିଋଷିଙ୍କ ସହ ତୁଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିଷ୍ୟ ରୁବେ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ ।ବୈତାଳି କଷ୍ଟରରେ ହେଉଥିବା ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ବିଭିନ୍ନ ବିଦ୍ୟାଳୟରେ ହେଉଥିବା ଅଭିନବ କାର୍ଯ୍ୟକ୍ରମମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ପରେ ସିଆର୍ସିସି ଦିବସ କୁମାର ସାହୁ ଶିକ୍ଷକ ସମ୍ବର୍ଦ୍ଧନାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଚଳିତ ବର୍ଷ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଯାଇ ମନିଟରିଂ କରିବା ସହ ୧୨ଟି ବର୍ଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ । ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭୁଦାସ ମହାନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶ୍ରେଷ୍ଠ ସହକାରୀ ଶିକ୍ଷକ ଭାବେ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପ୍ରଧାନ ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରେଷ୍ଠ ଏଫ୍ଏଲ୍ଏନ୍ ଶିକ୍ଷକ ଭାବେ ବୁଦ୍ଧଦେବ ଭୁଏ(ପୁଟୁକିଡୁଙ୍ଗୁରି) ଏବଂ ଶିକ୍ଷୟିତ୍ରୀ ଭାବେ ଲକ୍ଷ୍ମୀ ମହାନନ୍ଦ(ଅମଠି) ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ଭାବେ ସନାତନ ବରିହା(ଡୁଙ୍ଗୁରିଚଢ଼ା), ପ୍ରକୃତି ମିତ୍ର ପୁରସ୍କାର ମହେନ୍ଦ୍ର ବାରିକ (ସଂକ୍ରି), ଉତ୍ସର୍ଗୀକୃତ ଶିକ୍ଷକ ଭାବେ ଟିକେଶ୍ୱର ପ୍ରଧାନ(ଡୁଙ୍ଗୁରିଚଢା) ଏବଂ ଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ସୁଜାତା ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରେଷ୍ଠ ସମାୟାନୁବର୍ତ୍ତୀ ଶିକ୍ଷକ ଭାବେ ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସେଠ, ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ରାଜେଶ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷର ଆଦର୍ଶ ଶିକ୍ଷକ ସମ୍ମାନ ପାଇଁ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁମୁରିପାଣିର ପ୍ରଧାନ ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଦିବସ ଅବସରରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିବାର ସିଆରସିସି ଦିବସ କୁମାର ସାହୁଙ୍କ ଏହି ପ୍ରୟାସକୁ ଶିକ୍ଷକ ତଥା ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।
Prev Post