oom

ସଦେଇପାଲି ନିକଟରେ ନରସିଂହଙ୍କୁ ସମ୍ବର୍ଦ୍ଧନା ଦେଲେ ଭୂମିହୀନ

jsmm
  • ପଟ୍ଟା ପାଇବାର ବହୁ ବର୍ଷ ପରେ ହେଲା ଜମି ଚିହ୍ନଟ
  • ନୂତନ ବସ୍ତିର ନାଁ ନରସିଂହନଗର ଦେଲେ ଲୋକେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦେଇପାଲି ଓ ଆଖପାଖ ଅଂଚଳରେ ଥିବା ଭୀମହୀନ ଦଳିତ ଲୋକେ ୨୦ବର୍ଷ ପୂର୍ବରୁ ଜମି ପଟ୍ଟା ପାଇଥିଲେ କିନ୍ତୁ ଦୀର୍ଘ ୨୦ ବର୍ଷ ଭିତରେ ସେମାନେ କେଉଁ ଜମିର ପଟ୍ଟା ପାଇଲେ ତାଙ୍କୁ ଜଣାନଥିଲା । ଶହ ଶହ ଥର ସରକାରୀ କାର୍ଯ୍ୟାଳୟ ଦୌଡୁଥିଲେ ମଧ୍ୟ ସେମାନେ ହତାଶ ହୋଇ ଫେରୁଥିଲେ । ଏହି ସମସ୍ୟାକୁ ନେଇ ଏଠାକାର ହରିଜନ ଆଦିବାସୀମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟି ତାଙ୍କ ସମସ୍ୟା ବାବଦରେ ଅବଗତ କରାଇବା ପରେ ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀ ଯଥା ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀମାନଙ୍କୁ ଏହି ଗରିବ ଲୋକମାନଙ୍କୁ ଦିଆଯାଇଥିବା ଜମି ପଟ୍ଟା ସଠିକ୍‌ ଜମି ଚିହ୍ନଟ କରି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଖୁସିର ବିଷୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ତତ୍ପରତା ସହ କାମ କରି ବହୁ କମ୍‌ ଦିନ ଭିତରେ ଏହି ଗରିବ ଭୂମିହୀନମାନଙ୍କୁ ତାଙ୍କୁ ପ୍ରଦାନ କରାଯାଇଥିବା ପଟ୍ଟାର ଜମି ଚିହ୍ନଟ କରି ଜମି ହସ୍ତାନ୍ତର କରିଥିଲେ । ଯାହା ଫଳରେ ବଲାଙ୍ଗିର ବ୍ଲକ ସ୍ଥିତ ସଦେଇପାଲି ପଂଚାୟତର ସଦେଇପାଲି ନିକଟସ୍ଥ ହାତୀମୁଣ୍ଡିଆ ପାହାଡ ପାଖରେ ଏହି ୧୪୧ ଜଣ ହିତାଧିକାରୀ ବଲାଙ୍ଗିର ବିଧାୟକଙ୍କୁ ସେମାନେ ପାଇଥିବା ଘର ଡିହ ନିକଟକୁ ନିମନ୍ତ୍ରଣ କରି ଏକ ସଭାର ଆୟୋଜନ କରିଥିଲେ । ସଭାରେ ଏହି ପରିବାର ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୂର୍ବତନ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ୧୪୧ ଜଣ ପରିବାର ତାଙ୍କର ଅନ୍ୟାନ୍ୟ ସମସ୍ୟା ବାବଦରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରାଇଥିଲେ । ବିଶେଷ କରି ଏହି ଚିହ୍ନଟ ହୋଇଥିବା ଏହି ଘରଡିହକୁ ରାସ୍ତା, ପିଇବା ପାଣି ଏବଂ ବିଜୁଳି ପରି ମୌଳିକ ସୁବିଧା ନ ଥିବାରୁ ଆଗାମୀ ଦିନରେ ସେମାନେ ଅନେକ ଅସୁବିଧା ସମ୍ମୁଖିନ ହେବାର ସମ୍ଭାବନା ଅଛି ବୋଲି କହିଥିଲେ । ବିଧାୟକ ଶ୍ରୀ ମିଶ୍ର ପ୍ରତିଉତ୍ତରରେ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିବା ସହ ଯେତେ ଶୀଘ୍ର ହେବ ରାସ୍ତା ନିର୍ମାଣ ହୋଇପାରିଲେ ଲୋକେ ନିଜ ନିଜ ବାସଗୃହ ନିର୍ମାଣ ଆରମ୍ଭ କରନ୍ତୁ, ନିଶ୍ଚିତ ଭାବରେ ସେ ସମୟରେ ଗ୍ରାମ୍ୟ ପାନୀୟ ଜଳ ଏବଂ ବିଜୁଳି ବିଭାଗକୁ କହି ଏଠାରେ ପିଇବା ପାଇଁ ଓ ବିଜୁଳିର ସୁବିଧା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗାଁବାସୀଙ୍କ ତରଫରୁ ଏହି ହାତୀମୁଣ୍ଡିଆ ପାହାଡକୁ ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ପ୍ରଚେଷ୍ଟା କରନ୍ତୁ ବୋଲି କୁହାଯାଇଥିଲା । ବିସ୍ତାବିତ ପରିବାରମାନଙ୍କ ତରଫରୁ ଦୀର୍ଯ୍ୟୁ ମୁଗ୍ରୀ ଏଠାରେ ସ୍ଥାପନ ହେବାକୁ ଥିବା ୧୪୧ ଜଣଙ୍କ ଏହି ବସ୍ତିକୁ ନରସିଂହନଗର ନାମରେ ନାମିତ କରାଯିବାର ପ୍ରସ୍ତାବ ଦେଇଥିଲେ ଯାହାକି ସେଠାରେ ଉପସ୍ଥିତ ଥିବା ସମସ୍ତ ହିତାଧିକାରୀ ପରିବାର ଏହାର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଆଜି ଅନୁଧ୍ୟାନ କଲେ ଆହୁରି ମଧ୍ୟ ଅନେକ ପରିବାର ଭୂମିହୀନ ଭାବେ ରହିଯାଇଛନ୍ତି । ପ୍ରଶାସନ ସହ ଆଲୋଚନା କରି ସେହି ସମସ୍ତ ଭୂମିହୀନମାନଙ୍କୁ ମଧ୍ୟ ବିନା ମୂଲ୍ୟରେ ଘରଡିହ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦଳିତ ନେତା ଓମ୍‌ ପ୍ରକାଶ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ପୂର୍ବତନ ସରପଂଚ ଶ୍ରୀ ସାଏ, ଫକିର ମୋହନ ଥାର୍ଟି, ଗଦିଲ ମୁଗ୍ରୀ, ଡ. ପ୍ରଶାନ୍ତ ପ୍ରଧାନ ପ୍ରମୁଖ ମଂଚାସୀନ ଥିବା ବେଳେ ସହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.