oom

ୱାଇସିଡିଏ ସଂସ୍ଥା ତରଫରୁ ଗୁରୁଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଇସିଡିଏ ସଂସ୍ଥା ତରଫରୁ ଅଟଗାଁ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ପୁଇଁତଳା ବ୍ଲକର ପାଞ୍ଚୋଟି ପଞ୍ଚାୟତ ଯଥା ଅଟଗାଁ, ମହିମୁଣ୍ଡା, ଛତାପୀପଲ, ଭାଲରେ, ଦଶପୁରର ଶିକ୍ଷକ ଓ ଶିକ୍ଷିୟତ୍ରୀ ବୃନ୍ଦ ଯୋଗ ଦେଇଥିଲେ । ୱାଇସିଡିଏ ତରଫରୁ ଚାଲିଥିବା ବିଲଡିଂ ରେଜିଲିଣ୍ଟ ଚିଲ୍‌ଡ୍ରେନ୍‌ ପ୍ରୋଗ୍ରାମ କିପରି ଶିଶୁମାନଙ୍କ ଅଧିକାରକୁ ନେଇ କାମ କରୁଅଛି ଓ ନାସନାଲ ଏଜୁକେସନ୍‌ ପଲିସିକୁ ନେଇ ଶିଶୁମାନଙ୍କ ବିକାଶରେ ଯୋଗଦାନ କରୁଅଛି ତା’ଉପରେ ବିସ୍ତୃତ ରୂପରେ ସୁଶ୍ରୀ ସୁବ୍ରତା ଜେନା ଅଭିଭାଷଣ ସହିତ ୱାଇସିଡିଏ କିପରି ୩୦ ବର୍ଷ ଧରି ଶିଶୁ ସୁରକ୍ଷା ଓ ଅଧିକାରରେ ଯୋଗଦାନ ଦେଇ ଆସିଛି ତାହା ମଧ୍ୟ ଉପସ୍ଥାପନ କରଥିଲେ । ଶ୍ରୀମତୀ ଆନନ୍ଦିନୀ ରଥ ସଭା ପରିଚାଳନା କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷକମାନଙ୍କ ଯୋଗଦାନ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ ଏବଂ ଶିକ୍ଷକମାନେ କିପରି ଉତ୍ସାହିତ ହୋଇ ଶିକ୍ଷାଦାନ କରିବା ସହ ଅନ୍ୟ ଦିଗ ପ୍ରତି କିପରି ଧ୍ୟାନ ଦେବେ ଯାହାକି ଶିଶୁମାନଙ୍କୁ ଭବିଷ୍ୟତରେ ମାନସିକ ଭାବେ ବିଭିନ୍ନ ପରିସ୍ଥିତିର ମୁକାବିଲା କରିବାକୁ ସାହାଯ୍ୟ କରିବ । ଏଥିରେ ଶିକ୍ଷକମାନଙ୍କ ଯୋଗଦାନ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏହି ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ସଭାରେ ଶିଶୁମାନେ ନୃତ୍ୟ ଓ ଗୀତ, ପରିବେଷଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବା ଦାୟିତ୍ୱରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍‌ ସନାତନ ଠାକୁର, ପ୍ରକୃତ ବନ୍ଧୁ ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ଦିଗାମ୍ବର ନାଏକ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଲଚ୍ଛାମନ ପ୍ରଧାନ ଓ ଅଟଗାଁ ସରପଞ୍ଚ ଶ୍ରୀମତୀ ଶାଳିନୀ ସେଟ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସବା ଶେଷରେ ପରେଶ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.