jsm

ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁ ଦିବସ ଅବସରରେ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଓ ଅବସରପ୍ରାପ୍ତ ସିଆସିସି ରାଧେଶ୍ୟାମ ସାହୁ ଗୁରୁବୃନ୍ଦ ଦୀପ ପ୍ରଜ୍ଜ୍ଵଳନ କରି ଗୁରୁ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକଙ୍କ ସଭାପତିତ୍ଵରେ ମୁଖ୍ୟମନ୍ତ୍ରୀ ପୁରସ୍କାରର ବିଶଦ ଆଲୋଚନା କରାଯାଇଥିଲା । ପାଇକମାଲ ବ୍ଲକ ଅନ୍ତର୍ଗତ ଶିକ୍ଷା କ୍ଷେତ୍ରରେ, ଶିକ୍ଷାର୍ଥୀଙ୍କ ଦକ୍ଷତା ଅଭିବୃଦ୍ଧି ତଥା ଏକ ଉତ୍ତମ ବିଦ୍ୟାଳୟ ଗଠନ କ୍ଷେତ୍ର ସଫଳତା ପ୍ରାପ୍ତ କରିଥିବା ଆଠ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯଥା ରାଜେଶ କୁମାର ଚାନ୍ଦ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ) ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଟ୍ରାଖମାର, ଶ୍ରୀମତୀ ଲବଙ୍ଗ ନାଗ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ) ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇକମାଲ, ଶ୍ରୀମତୀ ତପଶ୍ୱନୀ ମହାପାତ୍ର (ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ) ସରକାରୀ ପ୍ରାଥମିକ ବିଦ୍ୟାଳୟ ଜର୍ଜଗଡ, ଶ୍ରୀମତୀ ସୁଶୀଳା କଲାରଙ୍ଗିଆ (ସହକାରୀ ଶିକ୍ଷୟତ୍ରୀ) ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାମାଲ, କୃଷ୍ଣଚନ୍ଦ୍ର ସାହୁ (ପ୍ରଧାନ ଶିକ୍ଷକ) ସରକାରୀ ପ୍ରାଥମିକ ବିଦ୍ୟାଳୟ ଫଲାସାନି, ଶ୍ରୀମତୀ ହରିପ୍ରୀୟା ପୋଡ଼ (ସହକାରୀ ଶିକ୍ଷୟତ୍ରୀ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫ୍ରେଜରପୁର, ସୁଦାମ କନ୍ଧେର (ସହକାରୀ ଶିକ୍ଷକ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରବାହାଲ ଆଦିଙ୍କୁ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନୀତ କରି ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାରେ ପନ୍ଦର ଗୋଟି କ୍ଲଷ୍ଟରର ସମସ୍ତ ସିଆର୍‌ସିସି ଚକ୍ରଧର ଅଜଗର, ବୈଷ୍ଣବ ପଣ୍ଡା, ସନ୍ତୋଷ ମେହେର, ଋଷବ ସାହୁ, ଡୋଲାମଣୀ ମାହାର, ମନୋରଞ୍ଜନ ପଟେଲ, ରଞ୍ଜନ ବାଗ, ମହେଶ୍ୱର ହରିପାଲ, ବ୍ରଜ କିଶୋର ଜେନା, କେଦାରନାଥ ରାଉତ, ଉଗ୍ରେସନ ପ୍ରଧାନ, ରାଧାକୃଷ୍ଣ ସାହା, ନିରଞ୍ଜନ ହରିଜନ ଓ ବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ମଣ୍ଡିଆଢିପା କ୍ଲଷ୍ଟର ସିଆର୍‌ସିସି ଡୋଳାମଣୀ ମାହାର । ଧନ୍ୟବାଦ୍ ଅର୍ପଣ କରିଥିଲେ ଡୁମେରବାହାଲ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗ ।

yuvodaya
Leave A Reply

Your email address will not be published.