csstore

ଦେଓଗାଁ ବ୍ଲକ ସାହିତ୍ୟ ଘରର ୧୨୨ତମ ମାସିକ ବୈଠକରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୨ତମ ଜୟନ୍ତୀ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାଲେପାଲି ସ୍ଥିତ ବିଶ୍ୱଭାରତୀ ଶିକ୍ଷା ନିକେତନ ତାଲିମ ଶିବିର ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ବାର୍ଷିକ ଅବସରରେ ୧୨୨ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘର ସଭାପତି ଡ.ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱ ଓ ସହ ସଂପାଦକ ପ୍ରଦୀପ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ, ଅନୁବାଦକ ତଥା ସ୍ତମ୍ଭକାର ତୁଳସୀ ଜୈନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଗୋବିନ୍ଦ ମେହେର, ସଇଁନ୍ତଲା ବ୍ଳକ ସାହିତ୍ୟ ଘର ସଂପାଦକ ବରୁଣ ସାହୁ, ଉପସଭାପତି ଦେବ ପ୍ରସାଦ ମେହେର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଅନୁପ ମେହେର ପ୍ରାରମ୍ଭିକ ସଂଙ୍ଗୀତଗାନ କରିଥିବା ବେଳେ ସଂଙ୍ଗୀତ ନିର୍ଦେଶକ ଶିବ ପ୍ରସାଦ ସାହୁ, ନାରାୟଣ ଦଣ୍ଡସେନା ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଜୈନ କହିଥିଲେ ଯେ, ସମସ୍ୟା ଜର୍ଜରିତ ସଂସାରରେ ମଧୁମୟ ପରିକଳ୍ପନା ଓ ଅନୁଭବ କେବଳ ଗଙ୍ଗାଧର ହିଁ କରି ପାରିଥିଲେ । ସେହିପରି ମେହେର ସାହିତ୍ୟ ଗୋଟିଏ ଶୃଙ୍ଗଳିତ ପରିବାର ଗଠନରେ ବହୁ ସହାୟକ ହୋଇଥାଏ ବୋଲି ମୁଖ୍ୟବକ୍ତା ଶ୍ରୀ ମେହେର କହିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ଅନୁବାଦକ ତଥା ସ୍ତମ୍ଭକାର ତୁଳସୀ ଜୈନଙ୍କୁ ସାହିତ୍ୟ ଘର ପକ୍ଷରୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ଜୈନ ନିକଟ ଅତିତରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ମାନୀତ ହୋଇ କେବଳ ଦେଓଗାଁ କି ଗୁଡ଼ଭେଲା ବ୍ଳକ ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାକୁ ଗର୍ବିତ କରିବାର ସୁଯୋଗ ଦେଇଥିବାରୁ ମଞ୍ଚରେ ଦେଓଗାଁ ବ୍ଲକ ସାହିତ୍ୟ ଘର ସଭାପତି, ଉପ ସଭାପତି, ସଂପାଦକ, ସହ ସଂପାଦକ ଓ ସଂଯୋଜକ ସମ୍ମାନପତ୍ର ପ୍ରଦାନ କରିଥିଲେ । ଏହା ପରେ ଜେବିବିଏସ୍‌ଏନ୍‌ ତାଲିମ ମହାବିଦ୍ୟାଳୟ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଝସକେତନ ସାହୁ, ୨ୟ ଭାବେ ସୌମ୍ୟାରାଣୀ ସାହୁ ଓ ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ଜୟଶ୍ରୀ ସାହୁ ଓ ପ୍ରଜ୍ଞା ପରିମିତା ସାମଲଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସେହିପରି ଗଙ୍ଗାଧର ସାହିତ୍ୟ ଉପରେ କୁଇଜ୍ ପ୍ରତିଯୋଗିତାରେ ସୁଦର୍ଶନ ପାତ୍ର, ଆଦର୍ଶ ପାଢ଼ୀ, ପ୍ରତୀକ୍ଷା ଅଗସ୍ତି, ରୋଜାଲିନ ତ୍ରିପାଠୀ, ସୋନାଲି ମୁଣ୍ଡ, ଅଙ୍କିତା ଭୋଇ, ବନ୍ଦନାରାଣୀ ଭଣ୍ଡା ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନରସିଂହ ମେହେର, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଭକ୍ତବନ୍ଧୁ ସାହୁ, ସନ୍ତୋଷ ବେହେରା, ଦିଲୀପ ପୁଟେଲ, ଉମେଶ ଚନ୍ଦ୍ର ମେହେର, ଦଶରଥ ଶାମଲ, ଯୌବନ ନନ୍ଦ, ଅବନୀ ସାହୁ, ନନ୍ଦୁଲାଲ ମେହେର, ଅବିନାଶ ଶାମଲ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ଗୌରଚନ୍ଦ୍ର ସାହୁ, ସୁମିତ ମେହେର, ଶ୍ରୀପାଲ ପଣ୍ଡା, ବିଘ୍ନେରାଜ ରଣା, ପ୍ରତୀକ୍ଷା ଅଗସ୍ତି, ତୃପ୍ତିରାଣୀ ପଣ୍ଡା, ନିହାରିକା ବାଗ, ଜ୍ୟୋତିମୟୀ ଭୋଇ, ଲୋପାମୁଦ୍ରା ସାହୁ, ଝରଣା ସାହୁ, ପ୍ରଜ୍ଞାପରିମିତା ମିଶ୍ର, ଯାଜ୍ଞସେନୀ ବିଶି, ଆଦର୍ଶ ପାଢ଼ୀ, ସୁଦର୍ଶନ ପାତ୍ର, ଅଙ୍କିତା ଭୋଇ, କାୟାବତୀ ଦୀପ, ଜ୍ୟୋତିର୍ମୟୀ ରଣା, ପାୟଲ ବାରିକ, ଶ୍ରଦ୍ଧାଞ୍ଜଳି ତରିଆ, ସ୍ମୃତିଶିଖା ଷଡ଼ଙ୍ଗୀ, ଶେଲୋଜା ଭୋଇ, ଲିସାରାଣୀ ରଣା, ସୋନାଲି ମୁଣ୍ଡ, ଜୟଶ୍ରୀ ସାହୁ, ଦୀପକ ପାଣିଗ୍ରାହୀ, ମନୀଷ ସାହୁ, ଆୟୁଷ ଦାଶ, ଶୁଭମ ନାଗ, ମୂରଲୀଧର ସାହୁ, ହିରାବତି ସାହୁ, ଦେବେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମ୍ବାଦ ସାହିତ୍ୟ ଘର ଦେଓଗାଁ ବ୍ଲକ ସଂଯୋଜକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.