csstore

ଖପ୍ରାଖୋଲରେ ମାହେଶ୍ୱରୀର ନୂତନ ଶାଖା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପାନ୍ତ ଅଂଚଳ ପରି ମନେ ହେଉଥିବା ଏବଂ ମ୍ୟାଲେରିଆ ତଥା ଦାଦନ ପ୍ରବଣ ଇଲାକା ଭାବେ ଚିହ୍ନିତ ସୁଦୂର ଖପ୍ରାଖୋଲ ବ୍ଲକରେ ଯୁବଗୋଷ୍ଠୀଙ୍କୁ ସଂଗଠିତ କରି ଲୋକଙ୍କ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ମୌଳିକ ସେବାକୁ ସଠିକ ଭାବେ ପହଂଚାଇବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର ଏକ ବ୍ଲକସ୍ତରୀୟ ଶାଖା ଆରମ୍ଭ ହେଲା । ହରିଶଙ୍କର ପୀଠରେ ହୋଇଥିବା ପ୍ରାରମ୍ଭିକ ସଭାରେ ଯୋଗଦେଇ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ନିଜ ବକ୍ତବ୍ୟରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଅନୁଷ୍ଠାନ ସହ ସଂଗଠିତ କରିପାରିଥିଲେ ଲୋକଙ୍କ ସମସ୍ୟା ନିଜରକୁ ଆସିବା ସହ ଅଂଚଳର ବିକାଶ ଦିଗରେ ଅଧିକ କାମ କରିହେବ ବୋଲି କହିଥିଲେ । ନୂତନ ଭାବେ ଗଠିତ ମାହେଶ୍ୱରୀ ଖପ୍ରାଖୋଲ ଶାଖାର ସଭାପତି ଭାବେ ସରୋଜ ସାହୁ, ସଂଯୋଜକ ଭାବେ ସନ୍ତୋଷ ଠାକୁର ଏବଂ ସହ ସଂଯୋଜକ ଭାବେ ବୀର ବାଗ ତଥା ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ରୁଦ୍ରସିଂହ ପୂଜାରୀ ମନୋନୀତ ହୋଇଥିଲେ । ମୁଖ୍ୟ ଶାଖାର ସଭାପତି ଶୋଭନ ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା, ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବ ପ୍ରସାଦ ମିଶ୍ର, ସଭ୍ୟ ଦେବାଶିଷ ପାଣ୍ଡିଆ ପ୍ରମୁଖ ନିଜ ନିଜ ଅଭିଜ୍ଞତାରୁ ଯୁବ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଖପ୍ରାଖୋଲରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ଅସହାୟ ଲୋକଙ୍କୁ ସେବା କରିବା ପାଇଁ ପ୍ରତିଜ୍ଞା ନେଲେ ସଦସ୍ୟ ।

jayashree
Leave A Reply

Your email address will not be published.