jayashree

ଭୁଲିଆ ସମାଜ ଦ୍ୱାରା ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

  • ଭୁଲିଆ ସମାଜ ଦ୍ୱାରା ଗଙ୍ଗାଧର ମେହେରଙ୍କ ନାମରେ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରସ୍ତାବ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭୁଲିଆ ସମାଜ ଦ୍ୱାରା ରବିବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ସଭାପତି ଯୁବରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଂଟାବାଂଜି ଏନ୍‌ଏସି ନଗରପାଳ ବରିୟାମ ସିଂ ସାଲୁଜା(ମୁଖ୍ୟ ଅତିଥି), ସମ୍ମାନିତ ଅତିଥି ଭାବେ ଅମୃତଲାଲ ବେହେରା (ତହସିଲଦାର କଂଟାବାଂଜି) ରାଜୀବଗାନ୍ଧୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେର, ସମାଜର ବରିଷ୍ଠ ନାଗରିକ ନିଲକଣ୍ଠ ମେହେର, ସତନ ମେହେର, ସଂପାଦକ ସୁଧିର ଠାକୁର ମଂଚାସୀନ ଥିବା ବେଳେ କଂଟାବାଂଜି ଭୋକେସନାଲ ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ରିଡର ଡଃ ଯୁଗଲ କିଶୋର ମେହେର(ମୁଖ୍ୟବକ୍ତା) ଯୋଗ ଦେଇଥିଲେ । କଂଟାବାଂଜି ସହରରେ ଭୁଲିଆ ସମାଜର ନିଜସ୍ୱ କୌଣସି ଭବନ ନ ଥିବାରୁ ଗଙ୍ଗାଧର ମେହେରଙ୍କ ନାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ନଗରପାଳ ସାଲୁଜା ଏବଂ ତହସିଲଦାର ବେହେରାଙ୍କୁ ଅନୁରୋଧ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସଭା କାର୍ଯ୍ୟ ପ୍ରାରମ୍ଭରେ କବି ଗଙ୍ଗାଧର ମେହେରଙ୍କ ତୈଳଚିତ୍ରରେ ପୂଜା ଅର୍ଚ୍ଚାନା ପରେ ସରସ୍ୱତୀ ଶିଶୁ ବିଦ୍ୟାମଂଦିରର ଛାତ୍ରୀ ଛାତ୍ରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଭା ପରେ ସମାଜର ସଂପାଦକ ସୁଧିର ମେହେର ଧନ୍ୟବାଦ ଦେଇଥିଲେ । ସଭା ଶେଷରେ ସମାଜର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏକ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.