csstore

ପଦ୍ମପୁର ଏବିସିଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବିସିଡିର ନୂଆଁଖାଇ ଭେଟ୍‌ଘାଟ୍‌ର ୨୫ ବର୍ଷ ପୂର୍ତ୍ତି ତଥା ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଧୂମାଭଟା ଓ ଘନାମାଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଧୂମାଭଟା( ୨)ଦୁଇ ଶୂନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଧୂମାଭଟା ଓ ଦହିତା ମଧ୍ୟରେ ଅନୁଷ୍ଠିତ ହୋଇ ଧୂମାଭଟା ଓ ଘନାମାଲ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇ ଧୂମାଭଟା ଦଳ( ୩)ତିନି ଶୂନରେ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍‌ ଉମନ କୁଅଁର ପାଇବାକୁ ଯୋଗ୍ୟ ହୋଇ ପୁରସ୍କୃତ ହୋଇଛନ୍ତି । ଏଥିସହ ଫାଇନାଲ ମ୍ୟାଚ ଦହିତା ବନାମ ଧୂମାଭଟା ଅନୁଷ୍ଠିତ ହୋଇ ଧୂମାଭଟା ଦଳ ଦହିତା ଠାରୁ ପେନାଲଟିରେ( ୨)ଦୁଇ ଶୂନରେ ବିଜୟୀ ମୁକୁଟ ପିନ୍ଧିଛନ୍ତି । ରନର୍ସ ଅଫ୍‌ ବା ଦ୍ୱିତୀୟ ସ୍ଥାନ ପାଇଛନ୍ତି ଦହିତା । ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ପାଇଛନ୍ତି । ଏବିସିଡି ପଦ୍ମପୁର ସହରର ବରିଷ୍ଠ ପରାମର୍ଶଦାତା ଡ଼କ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଅନ୍ୟତମ ସମ୍ମାନିତ ଅତିଥି ରେଞ୍ଜର ସୁଦାମ ଜଗଦଳା ଭାବେ ବିଜେତାମାନଙ୍କୁ ପୁରସ୍କୃତ କରି ଟୁର୍ଣ୍ଣାମେଣ୍ଟକୁ ସଫଳତା ପ୍ରଦାନ କରିଥିଲେ । ବେଷ୍ଟ ଭଲେଣ୍ଟିୟର ରାହୁଲ ବରିହା, ବେଷ୍ଟ ଗୋଲକିପର କିରନ କୁମାର, ବେଷ୍ଟ ଡିଫେନ୍ସ ଆକାଶ ମେହେର, ବେଷ୍ଟ ପ୍ଲେୟାର ଉମନ କୁଅଁରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏବିସିଡି ସଦସ୍ୟ, ସ୍ଥାନୀୟ ମର୍ନିଙ୍ଗ କ୍ଲବ ଫୁଟବଲ୍‌ ଟିମ୍‌, ରେଫରୀ ଚନ୍ଦ୍ରମଣି ସାହୁ ମ୍ୟାଚ କମିଶନର, ରେଫରୀ ନରେଶ ବାରିକ, ଚିତ୍ତରଞ୍ଜନ ପାଣ୍ଡେ, ମଣ୍ଟୁ ବାଗ, ଭବାନୀ ମାଝୀ, ସନ୍ତୋଷ ପଟେଲ, ଦେବାନନ୍ଦ ଥନାପତି ପ୍ରମୁଖ ସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିମାନେ ଉଦ୍‌ବୋଧନ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଭାପତି ଅନିଲ ବେହେରା ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ବିବରଣୀ ପାଠ କରିଥିଲେ ଏବଂ କ୍ରୀଡାବିତ ବିଦେଶୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.