ଆସନ୍ତା ୫ରେ ମାନବିକତାର ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମାନବିକତା’ ପରିବାର ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ତାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ୫ତାରିଖ ଦିନ ଗୁରୁଦିବସକୁ ମହାସମାରୋହରେ ପାଳନ କରିବାକୁ ସ୍ଥିର କରିଛି । ଏନେଇ ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ସମାଜସେବୀ ପ୍ରଶାନ୍ତ ସେଠୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ୭୦ ବିଦ୍ୟାଳୟ ଓ ୬ ଟି ମହାବିଦ୍ୟାଳୟର ପ୍ରାୟ ୮୦୦ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଭଞ୍ଜଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଏନଆଇଟି ଡାଇରେକ୍ଟର ଇନଚାର୍ଜ ପ୍ରଫେସର ପ୍ରଦୀପ ସରକାର, ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଓ ଅବସରପ୍ରାପ୍ତ ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଦସ୍ୟ ସରୋଜ ନାୟକ, ବାବୁ ମହାନ୍ତି, ବିଶ୍ୱରଂଜନ ରାଉତ, ସୀମାଞ୍ଚଳ ଖଣ୍ଡୁଆଳ, ନିହାର ଦାସ, ସତ୍ୟବ୍ରତ ଲେଙ୍କା, ସୌରଭ ଜେନା, ଜିତେନ ମାଛଖଣ୍ଡ, ନୀଲୁ ସେଠୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.