csstore

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ପାଠାଗାରର ସ୍ୱର୍ଗତ ସଭାପତି ପ୍ରଫେସର ଜେକେ ରାଓଙ୍କ ବିୟୋଗରେ ତଥା ଆଗାମୀ କାର୍ଯ୍ୟକ୍ରମ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କମିଟି ସର୍ବସମ୍ମତିକ୍ରମେ ସ୍ଥିରୀକୃତ କରାଯାଇଥିଲା । ଆଗାମୀ ଦୁଇବର୍ଷ ପାଇଁ ସଭାପତି ରୂପେ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ବିକ୍ରମଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ବିଭୁଦତ୍ତ ବେହେରା, ସାଧାରଣ ସଂପାଦକ ଅଜୟ କୁମାର ପ୍ରଧାନ, ସହ ସଂପାଦକ ବସନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଢୀ, ସାଂସ୍କୃତିକ ସଂପାଦକ ସୁବାସିନୀ ସାହୁ, ପାଠାଗାର ସଂପାଦକ ଅନିଲ କୁମାର ଦାଶ, କ୍ରୀଡା ସଂପାଦକ ଭାବେ ଗଦାଧର ରଥ ଓ କାର୍ଯ୍ୟକାରୀ ସଭ୍ୟ ଭାବେ ସର୍ବଶ୍ରୀ କୁଳମଣି ଦାସ, ସରୋଜ ପାତ୍ର, ବିଜୟ କୁମାର ବରାଳ, ସଞ୍ଜୟ କୁମାର ମିଶ୍ର, ଶରତକୁମାର ସ୍ୱାଇଁ, ଦିଗମ୍ବର ପାଢୀ ଓ କବିତା ଦାଶ ପ୍ରମୁଖ ୨୦୨୩-୨୫ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ପଟ୍ଟନାୟକ, ଲକ୍ଷ୍ମଣ ନାଥ ଦାସ, ନାରାୟଣ ଖଣ୍ଡେଲୱାଲ, ସ୍ୱପନ କୁମାର ପଣ୍ଡା, ଶରତ ରାଉତ ଓ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.