csstore

ରୋଟାରୀ କ୍ଲବର ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନଠାରେ ପ୍ରାୟ ୧୩୫ ଜଣ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ରୋଟାରୀଆନ ସଂଧ୍ୟା ସାହୁ ଓ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପିଲାମାନଙ୍କ ଜନ୍ମ ଦିନ ପାଳନ ଅବସରରେ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ସେହିପରି ରୋଟାରୀଆନ ସଂଧ୍ୟାରାଣୀ ବରାଳ, ରୋଟାରୀଆନ ଡଃ ସରିତା ମଲ୍ଲ ଓ ରୋଟାରୀଆନ ବିଦ୍ୟୁତ ଦ୍ବିବେଦୀ ହୋମ ଆଣ୍ଡ ହୋପର ୩ଜଣ ଦିବ୍ୟାଙ୍ଗ ଛାତ୍ର ଯାହାଙ୍କ ବାପାମା ଦିନମଜୁରିଆ, ସେମାନଙ୍କୁ ଘରୁ ବିଦ୍ୟାଳୟକୁ ଆସିବା ପାଇଁ ଅଟୋ ଭଡା ବର୍ଷକର ଅଗ୍ରୀମ ପ୍ରଦାନ କରିଥିଲେ । ଏଭଳି ମାନବିକତା କାର୍ଯ୍ୟ ପାଇଁ ଉଭୟ ଅନୁଷ୍ଠାନର କର୍ତ୍ତୃପକ୍ଷ ରୋଟାରୀଆନମାନଙ୍କ କାର୍ଯ୍ୟାକୁ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ରୋଟାରୀଆନ ସର୍ବଶ୍ରୀ ରାଜେନ୍ଦ୍ର ପ୍ରସାଦ, ଦିଲ୍ଲୀପ କୁମାର ଭୁଇ, ଡଃ ଅଞ୍ଜନା ମୈତ୍ର, ପୁନମ କାପୁର, ରୀତା ମିଶ୍ର, ପ୍ରିତି ଅଗ୍ରୱାଲ, ନୀଲମ ପ୍ରସାଦ, ଟୁନି ସାହୁ, ସନ୍ଧ୍ୟାରାଣୀ ବରାଳ, ଡଃ ସରିତା ମଲ୍ଲ, ସଂଧ୍ୟା ସାହୁ, ଚମ୍ପାବତୀ ଅମାତ, ଗୀତା ମିଶ୍ର, ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.