ଧର୍ମପରାୟଣା ମହିଳା କିରଣ ଦେବୀ ଅଗ୍ରଓ୍ୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପୂର୍ବତନ ବିଶିଷ୍ଟ ଠିକାଦାର ସ୍ୱର୍ଗତ ଲକ୍ଷ୍ମୀ ନାରାୟଣ ଅଗ୍ରଓ୍ୱାଲଙ୍କ ଜୈଷ୍ଠ ବଧୁ ତଥା ସ୍ୱର୍ଗତ ରୋସନ୍ ଲାଲ୍ ଅଗ୍ରଓ୍ୱାଲଙ୍କ (ଏଲ୍.ଏନ. କନ୍‌ଷ୍ଟ୍ରକସନ୍‌ସର ସତ୍ତାଧିକାରୀ) ଧର୍ମପତ୍ନୀଙ୍କ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୨ଟା ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ କିରଣ ଦେବୀଙ୍କ ପାର୍ଥୀବ ଶରୀରକୁ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ଅଣାଯାଉଛି । ଆସନ୍ତାକାଲି ସକାଳ ୧୦ଟା ୩୦ମି ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତୈଷ୍ଟିକ୍ରିୟା ସମାପନ ହେବ ବୋଲି ପରିବାର ପକ୍ଷରୁ ଜଣା ଯାଇଛି । ସେ ଜଣେ ଅତ୍ୟନ୍ତ ପରୋପକାରୀ ତଥା ଧର୍ମପରାୟଣା ମହିୟସୀ ମହିଳା ଥିଲେ । ସେ ତାଙ୍କ ପଛରେ ପୁଅ ସୁରେଶ, ମୁକେଶ, ଆଦର୍ଶ ଝିଅ ବିନ୍ଦଳ, ରୂପଶ୍ରୀ ଓ ଜ୍ୱାଇଁ ରମେଶ, ବିନୟ, ଅମନ ଆଦି ପରିବାର ତଥା ବନ୍ଧୁ ପରିଜନକଙ୍କୁ ଛାଡି ଚାଲି ଯାଇଛନ୍ତି । ବର୍ତ୍ତମାନ ପଦ୍ମପୁର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ପାଇଁ ପରିବାର ବନ୍ଧୁ ପରିଜନଙ୍କ ଭିଡ ପରିଲକ୍ଷିତ ହୋଇଛି ଏବଂ ସହରରେ ଶୋକର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.