୩୧ ଅଗଷ୍ଟ ୨୦୨୩ରୁ ଭୁବନେଶ୍ୱର ଅଞ୍ଚଳରେ ଟ୍ରେନ୍ ସେବା ସ୍ୱାଭାବିକ ହେବ

ଭୁବନେଶ୍ୱର : ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ ।

ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ୧୨ରୁ ୩୦ ଅଗଷ୍ଟ, ୨୦୨୩ ମଧ୍ୟରେ ଚାଲୁରହିଛି ।

ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ପରିବର୍ତ୍ତନ ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ୧୭ରୁ ୩୦ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଚାଲୁରହିଛି ।

ଭୁବନେଶ୍ୱର ରେଳ ଷ୍ଟେସନରେ ସାଙ୍କେତିକ ପ୍ରଣାଳୀର ପ୍ରମୁଖ ପୁନଃ – ବ୍ୟବସ୍ଥା । ଏହି ସମୟ ମଧ୍ୟରେ ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋକୁ ପ୍ରବେଶ ଏବଂ ପ୍ରସ୍ଥାନ ଅତ୍ୟନ୍ତ ପ୍ରଭାବିତ ହୋଇଥିଲା ।

ପ୍ରକଳ୍ପ କାର୍ଯ୍ୟ ସମୟରେ ଭୁବନେଶ୍ୱର ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଭୁବନେଶ୍ୱରରୁ ଛାଡୁଥିବା କିଛି ଟ୍ରେନ୍‌କୁ ସାମୟିକ ଭାବରେ ବାତିଲ କରାଯାଇଥିଲା ।

30.08.2023 ଦିନ ପ୍ରଭାବିତ ହେଉଥିବା ଟ୍ରେନ୍ :

ଆଂଶିକ ବାତିଲ ହୋଇଥିବା ଟ୍ରେନ୍

A. 11020 ଭୁବନେଶ୍ୱର- ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି ।

B.12703 ହାଓଡ଼ା-ସିକନ୍ଦରାବାଦ ଫଳକନୁମା ଏକ୍ସପ୍ରେସ ବ୍ରହ୍ମପୁରରୁ ଛାଡ଼ୁଛି ।

C. 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି ।

D. 22819 ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି ।

ବାତିଲ୍ ଟ୍ରେନ୍_

A. 02831 ଧାନବାଦ -ଭୁବନେଶ୍ୱର ସ୍ୱତନ୍ତ୍ର ଏକ୍ସପ୍ରେସ ।

B. 07166 କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଏକ୍ସପ୍ରେସ ।

C. 08411 ବାଲେଶ୍ୱର – ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ।

D. 08413 ତାଳଚେର – ପୁରୀ ପାସେଞ୍ଜର ସ୍ପେଶାଲ ।

E. 08415 ଜଲେଶ୍ୱର-ପୁରୀ ପାସେଞ୍ଜର ସ୍ପେଶାଲ ।

F. 08441 ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ସ୍ପେଶାଲ ।

G. 08443 ଭୁବନେଶ୍ୱର-ପଲାସା ପାସେଞ୍ଜର ସ୍ପେଶାଲ ।

H. 12773 ଶାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ ।

I. 12821 ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ ।

J. 12879 ଏଲଟିଟି ମୁମ୍ବାଇ-ଭୁବନେଶ୍ୱର ଏକ୍ସପ୍ରେସ ।

K. 12897 ପଣ୍ଡିଚେରୀ-ଭୁବନେଶ୍ୱର ଏକ୍ସପ୍ରେସ ।

L. 18118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ।

M. 18126 ପୁରୀ-ରାଉରକେଲା ଏକ୍ସପ୍ରେସ ।

N. 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ।

Leave A Reply

Your email address will not be published.