ଟିଟିଲାଗଡ଼ ନିକଟସ୍ଥ କୁମ୍ଭେପଡା ଗ୍ରାମ ନିକଟରୁ ୩ଟି ବାଇକ ସହ ଶାବଳ ଜବତ କରିଛି ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ ନାୟକ) : ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁମ୍ଭେପଡା ଗ୍ରାମକୁ ୩ଟି ବାଇକ ଯୋଗେ କିଛି ଦୁର୍ବୃତ୍ତମାନେ ଆସି ଗ୍ରାମଠାରୁ ୧୦୦ ମିଟର ଦୂରରେ ଥିବା ଦେଉଳକୁ ଭାଙ୍ଗୁ ଥିବା ଖବର ଗ୍ରାମବାସୀ ଜାଣିପାରି ସେ ସ୍ଥାନକୁ ଦୌଡ଼ି ଯାଇଥିଲେ । ଫଳରେ ଦୁର୍ବୃତ୍ତମାନେ ସେ ସ୍ଥାନରୁ ତାଙ୍କ ୩ ଟି ବାଇକ ସହ ଶାବଳ ଛାଡି ଫେରାର ମାରିଥିଲେ । ତା’ପରେ ଗ୍ରାମବାସୀମାନେ ଟିଟିଲାଗଡ଼ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣା ସ୍ଥଳେ ପହଁଚି ସେ ସ୍ଥାନରୁ ୩ଟି ବାଇକ ଓ ଶାବଳ ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.