ଆଠ ଘଣ୍ଟା ଭିତରେ ଚୋରକୁ ଗିରଫ କଲା ବେଲପଡା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ାର ବିଜୟ କୁମାର ଜୈନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କର ୫୦ କେଜି ସୁଖା ହଳଦୀ ଓ ୨୦ କେଜି ଗହମ ଘର ଛାତରୁ ଚୋରି ହୋଇଛି, ଯାହାର ମୁଲ୍ୟ ପାଖାପାଖି ୧୧,୦୦୦ ଟଙ୍କା ହେବ । ସୂଚନା ଅନୁଯାଇ ବିଜୟ କୁମାର ଜୈନଙ୍କ ବେଲପଡ଼ାରେ ଗୋଟେ କିରାନା ଦୋକାନ ରହିଛି । ଲିଖିତ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଦେଇଥିଲା ଓ ଆଠ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରିଥିଲା । ସେ ହେଲେ ବେଲପଡ଼ା ସ୍ଥିତ ଅମର ଗହିର(୨୦) ଓ ତାଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହା ଉପରେ ପୋଲିସ ଏକ କେସ ୧୯୫, ଅଣ୍ଡର/ ସେକ୍ସନ – ୩୭୯ ରୁଜୁ କରି ଅମରକୁ ଗତକାଲି କୋର୍ଟ ଫରୱାର୍ଡ କରାଯାଇଥିବା ପୋଲିସ ଆଇ.ଆଇ.ସି ସୁଶାନ୍ତ କୁମାର୍ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.