ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ସେ ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟ ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ଦାତୁନାମାଠାରେ ନବ ନିର୍ମିତ ସିଆରପିଏଫ୍ କ୍ୟାମ୍ପର ଉଦ୍ଘାଟନ କରିଛନ୍ତି । ଏଠାରେ ସିଆର୍ପିଏଫ୍ ଓ କୋବ୍ରା ଫୋର୍ସ ନିୟୋଜିତ ହୋଇଛନ୍ତି । ସେଠାରେ ଜିଲ୍ଲା ପୁଲିସ ଓ ସିଆର୍ପିଏଫ୍ ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ମଧ୍ୟାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ମାଓ ମୁକାବିଲା ଉପରେ ସମୀକ୍ଷା କରାଯାଇଛି । ସୀମାନ୍ତରେ ମାଓ ମୁକାବିଲାକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶଧାରାକୁ ତ୍ୱରାନ୍ୱିତ କରିବାକୁ ଆହ୍ଵାନ କରିଛନ୍ତି । ଏଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଆଇଜି ଅପରେସନ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।