csstore

ପାଇକମାଲ ନବୋଦୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହକି ତାରକା ମେଜର୍ ଧ୍ୟାନଚାନ୍ଦଙ୍କ ପ୍ରତିଛବିରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଧ୍ୟାନଚାନ୍ଦଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷକ ସୁରେଶ କୁମାର ମିଶ୍ର ଓ ନବମ ଶ୍ରେଣୀ ଛାତ୍ରୀ ସୋନାଲି ସାହୁ ଧ୍ୟାନଚାନ୍ଦଙ୍କ ହକି ଖେଳ ବିଷୟରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଏହାପରେ ନବୋଦୟ ବିଦ୍ୟାଳୟ ଓ ପାଇକମାଲ ହାଇସ୍କୁଲର ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳ ପରିଚାଳନା ନାରାୟଣ ସାହୁ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ, ଅଧ୍ୟକ୍ଷ ସରୋଜ ତ୍ରିପାଠୀ, ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର, ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ଝାଙ୍କର, ଖେଳ ଶିକ୍ଷିକା ଗୀତାଞ୍ଜଳି ପଟେଲ, ମଳୟ ବିଶ୍ୱଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.