jayashree

ବଲାଙ୍ଗିର ସହରର ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଲା ପ୍ରଶାସନର ବୁଲ୍‌ଡୋଜର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗୋଶାଲା ନିକଟରୁ ମୁଖ୍ୟ ରାସ୍ତା କଡ଼ରେ ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଛି ଆଜି ବଲାଙ୍ଗିର ପ୍ରଶାସନର ବୁଲ୍‌ଡୋଜର୍‌ । ଆଜି ପୂର୍ବାହ୍ନରେ ପୋଲିସ ଫୋର୍ସ ଓ ବୁଲ୍‌ଡୋଜର୍‌ ସହ ବଲାଙ୍ଗିର ପ୍ରଶାସନ ମାଡ଼ି ଆସିଥିଲା ଠିକାଦାର ପଡ଼ା ଗୋଶାଲା ନିକଟକୁ ଓ ପ୍ରଶାସନିକ ଆଦେଶ ବଳରେ ଭାଂଗିବା ଆରମ୍ଭ କରିଥିଲା ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଗୃହ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ବେଆଇନ ଭାବେ ନିର୍ମିତ ହୋଇଥିବା ଏହି ତିନୋଟି ଦୋକନ ହଟାଇବା ପାଇଁ ନୋଟିସ ହୋଇଥିଲେ ମଧ୍ୟ ଦେକାନ ଖାଲି କରାଯାଇ ନଥିଲା । ତେବେ ବେଆଇନ ଜବର୍‌ ଦଖଲ୍‌ ଉଚ୍ଛେଦ ଆରମ୍ଭ ହେବା ବେଳକୁ ଦୋକାନ ମାଲିକ ଦୋକାନ ଖାଲି କରିବାକୁ ଆହୁରି କିଛି ସମୟ ମାଗିଥିବା ଦେଖିବାକୁ ମିଳିଛି । କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଶୃଙ୍ଖଳାର ସହ ଜାରି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.