ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟି ସରସ୍ୱତୀ ଶିଶୁ ମନ୍ଦିରରେ ଶନିବାର ଦିନ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାମୁହିକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସଭାପତି ରାମଚନ୍ଦ୍ର ପ୍ରଧାନ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଶିଶୁ ଗଠନରେ ମାଆମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡ. ଲକ୍ଷ୍ମଣ କୁମାର ମେହେର ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ସମ୍ମିଳନୀର ଉଦ୍ଦେଶ୍ୟ କଥନ କରିଥିଲେ ତଥା ପରିବାର ହିଁ ଶିଶୁର ପ୍ରଥମ ବିଦ୍ୟାଳୟ ବୋଲି ଉପସ୍ଥାପନ କରିଥିଲେ । ସମ୍ପାଦକ ଡ. ଲକ୍ଷ୍ମଣ କୁମାର ମେହେର ମାଆମାନେ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ ସମ୍ପାଦନ କରି ନିଜ ଶିଶୁଙ୍କୁ ଉତ୍ତମ ପୁରୁଷ ଭାବରେ ଗଠନ କରିବାକୁ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଶିଶୁ ଭଉଣୀ ଶ୍ରୁତି ମେହେର, ଅଞ୍ଜଳି ମେହେର, ଇପ୍ସିତା ସେନାପତି, ଶିଖା ବେହେରା, ଦୀପ୍ତି ସାହୁ, ଶ୍ରୁତି ମେହେର ସମ୍ମିଳନୀ ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଚର୍ଚ୍ଚା କାଳାଂଶରେ ମାଆମାନେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ଓ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ସଭା ସଂଯୋଜନା ଓ ପରିଚୟ ସହିତ ମାଆମାନଙ୍କ ଶଙ୍କାମୋଚନରେ ସହଯୋଗ କରିଥିଲେ । ଆଚାର୍ଯ୍ୟ ପ୍ରଦୀପ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀରେ ୧୨୬ ଜଣ ଅଭିଭାବକ ଉପସ୍ଥିତ ଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.