csstore

ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ବେଲପଡ଼ା, (କେପିଏନ୍‌ଏସ୍‌) : ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଆଜି ବେଲପଡା ବ୍ଲକର ନବୀନ ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସହାୟତା ବଣ୍ଟନ ଶିବିରରେ ମୋଟ ୨୨୫ ଜଣ ହିତାଧିକରୀଙ୍କୁ ନୂତନ ପଞ୍ଜିକରଣ କରାଯାଇ ଲେବର କାର୍ଡ ଦିଆଯାଇଥିଲା । ୧୫ ହିତାଧିକାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁ ସହାୟତା ଦିଆଯାଇଥିଲା, ୧୫ ହିତାଧିକାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ଦିଆଯାଇଥିଲା, ୫୯ ଜଣ ହିତାଧିକାରୀଙ୍କୁ ନିଜ ପାଇଁ ତଥା ନିଜ ଝିଅ ବାହାଘର ପାଇଁ ବାହାଘର ସହାୟତା ଦିଆଯାଇଥିଲା ଏବଂ ୧୬ ଜଣ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ପାଇଁ ଶିକ୍ଷାବୃତ୍ତି ସହାୟତା ଦିଆଯାଇଥିଲା । ଏହି ଶିବିରରେ ମୋଟ ୬୦,୭୬,୨୦୦/- ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା । ଏହି ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମେମ୍ବର ଜୟ ଧାରୁଆ, ବେଲପଡା, ବ୍ଲକ ଚେୟାରମ୍ୟାନ ବେଲପଡା ଶ୍ରୀମତୀ ଟିନା କୁମ୍ଭାର, ବ୍ଲକ ଚେୟାରମ୍ୟାନ ପାଟଣାଗଡ଼ ନୀଳକଣ୍ଠ ବଗ, ଉପଜିଲ୍ଲାପାଳ, ପାଟଣାଗଡ ଡ଼. ବିଜୟାନନ୍ଦ ସେଠି ଯୋଗ ଦେଇଥିଲେ । ଏହି ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ସୁକାନ୍ତ ସେଠି, ଜିଲ୍ଲା ଶ୍ରମ ଅଧିକାରୀ ପରିଚାଳନା କରିଥିଲେ । ଅଶୋକ କୁମାର ଡୁଙ୍ଗ ଡୁଙ୍ଗ, ଗ୍ରାମୀଣ ଶ୍ରମ ନିରୀକ୍ଷକ, ପ୍ରଶାନ୍ତ କୁମାର ସୁନା, ଗ୍ରାମୀଣ ଶ୍ରମ ନିରୀକ୍ଷକ ଏବଂ କେ. ଦିଲେଶ୍ୱର ରାଓ, ମଙ୍ଗଳ ସଂଯୋଜକ ଉପସ୍ଥିତ ରହି ସଭାର ସଫଳତା ପାଇଁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.