csstore

ବୁଡି ଗାଁର ସୁରତା ଥି ଝକେର କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲୋୟର ସୁକତେଲ ନିକଟସ୍ଥ ରାନିପାଲିଠାରେ ତହଁକ୍ ସାହିତ୍ୟ କୁଟୁମ ବଲାଙ୍ଗିର ତରଫରୁ “ବୁଡି ଗାଁର ସୁରତା ଥି ଝକେର କବିତା ଆସର” ଅନୁଷ୍ଠିତ ହୋଇଯାଇଛି । କବି ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ହିମାଞ୍ଚଳ ମେହେର, ସରପଞ୍ଚ ରତାଖଣ୍ଡି, ସଞ୍ଜୟ ଗଡତ୍ୟା, ସରପଞ୍ଚ, ମାଗୁରବେଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟବକ୍ତା ଭାବେ ରସିକ ସାହୁ ମଞ୍ଚାସୀନ ଥିବା ବେଳେ ତହଁକ ସମ୍ପାଦକ କବି ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସଭାକୁ କବି ଦିଲ୍ଲୀପ ମିଶ୍ର ସଂଯୋଜନା କରିଥିଲେ । ସେହିପରି ଦ୍ୱତୀୟ ଅଧିବେଶନ କବିତା ଆସରରେ ସମାଜସେବୀ ଜୟକୃଷ୍ଣ ମିଶ୍ର, କବି ରାଜେଶ ଶର୍ମା, ନିରଞ୍ଜନ ପଣ୍ଡା, ହରିଲାଲ ସାହୁ ଅତିଥି ଭାବେ ମଞ୍ଚାସିନ ଥିଲେ । କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାସ, କସ୍ତୁରୀ ରଥ, କବିତା ମିଶ୍ରଙ୍କ ସଂଯୋଜନାରେ ବଲାଙ୍ଗିର, ବରଗଡ଼, ସୋନପୁର ଅଞ୍ଚଳର ଶତାଧିକ କବି ଯୋଗଦେଇ ବିସ୍ଥାପିତ ଉପରେ କବିତା ପାଠ କରିଥିଲେ । କପିଲ ଖମାରୀ, ଉମେଶ ବିଶ୍ଵାଳ, କୁମାର ସାହୁ, ସବିତା ମହରା, ପ୍ରଭାସିନୀ ଭୋଇ, ସୁଜାତା ନାଏକ, ଗୋପୀନାଥ ଦଣ୍ଡସେନା, ତପସ୍ଵିନୀ ପଶାୟତ, ପୁଷ୍ପାଞ୍ଜଳି ମେହେର, ରବୀନ୍ଦ୍ର ସାହୁ, ବିଜୟ ଗଡତ୍ୟା ସହଯୋଗ କରିଥିଲେ । ଶେଷରେ ଶ୍ରୀୟାକାନ୍ତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.