ବ୍ରହ୍ମପୁର ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବ୍ରହ୍ମପୁରର ସଂଯୋଜନାରେ ନୂତନ ଭାବେ ଗଠିତ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ବୁଧବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନଗର ଭାଇଭାଷା ସମିତିର ଅଧ୍ୟକ୍ଷ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସନ୍ଦୀପ କୁମାର ଚୌବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗୃହ ମନ୍ତ୍ରଣାଳୟ ରାଜଭାଷା ବିଭାଗର ଉପନିର୍ଦ୍ଦେଶକ (କାର୍ଯ୍ୟାନ୍ୱୟନ) ନିର୍ମଳ କୁମାର ଦୁବେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମଣ୍ଡଳ ପ୍ରମୁଖ ଆଲୋକ ରଞ୍ଜନ ସେନାପତି, ଆଇଆଇଏଲ୍‌ର ମହାପ୍ରବନ୍ଧକ ସିଡିଆର ମୂର୍ତ୍ତି, ଇଣ୍ଡିଆନ୍ ଓଭରସିଡ୍ ବ୍ୟାଙ୍କର ଆଞ୍ଚଳିକ ପଟ୍ଟନ୍ଧକ ମନୀଷ କୁମାର, କର୍ମଚାରୀ ଭବିଷ୍ୟନିଧି ସଂଗଠକର ଆଞ୍ଚଳିକ ଭବିଷ୍ୟନିଧି କମିଶନର ପ୍ରକାଶ ନାରାୟଣ ସିଂହ, ଆଇଜରର ସହାୟକ କୁଳ ସଚିବ କେ. ମଞ୍ଜୁନାଥ, କାନାରା ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଜିବି ରଘୁ ସେଣୁ, ଆର୍ମି ଏଡ଼ି ସେଣ୍ଟର ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ. କେ. ମିଶ୍ର, ଆଣବିକ ଶକ୍ତି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ଷଡ଼ଙ୍ଗୀ, ଆଇଜରର ସହାୟକ ପ୍ଲାପଳ ଶାନ୍ତି ସ୍ୱରୂପ ଶ୍ରୀବାସ୍ତବ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱରର ସହାୟକ ମହାପ୍ରବନ୍ଧକ (ରାଜଭାଷା ତ, ଟିବି ଗୋପାଳ ରେଡ଼ୀ, କେନ୍ଦ୍ର ସରକାର ବ୍ୟାଙ୍କ, ଉପକ୍ରମ, ବୀମା କମ୍ପାନି ସହିତ ୨୨ଟି କାର୍ଯ୍ୟାଳୟ ମୁଖ୍ୟ, ତଥା ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅଟିସ୍ ନିର୍ମଳ କୁମାର ଦୁବେଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ନଗର ରାଜଭାଷା ସମିତିର ସଦସ୍ୟ ସଚିବ ଜ.ବଳ ବିହାରୀ ସାହୁ ସ୍ଵାଗତ ଭାଷଣରେ ସମସ୍ତ ସଦସ୍ୟଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରିବା ସହ ସକ୍ରିୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ସମିତିର ଗଠନ ପ୍ରକ୍ରିୟାର ପ୍ରୟାସ ପାଇଁ ନିର୍ମଳ କୁମାର ଦୁବେ ଧନ୍ୟବାଦ ଜଣାଇଥିଲେ । ସଦସ୍ୟ ସଚିବ ବିଗତ ବର୍ଷ ମଧ୍ୟରେ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ଗୃହ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ନିର୍ମଳ କୁମାର ଦୁବେ ତାଙ୍କ ସମୀକ୍ଷାରେ ବ୍ରହ୍ମପୁରର ସଦସ୍ୟ କାର୍ଯ୍ୟାଳୟର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ରାଜଭାଷାର ସଠିକ ଗପୋର୍ଟ ଓ କାର୍ଯ୍ୟକାରିବା ସମ୍ପର୍କରେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ । ସମିତିର ଅଧ୍ୟକ୍ଷ ସନ୍ଦୀପ କୁମାର ଚୌବେ ସମସ୍ତ ସଦସ୍ୟ କାର୍ଯ୍ୟାଳୟକୁ ସେମାନଙ୍କ ସକ୍ରିୟ ଅବଦାନ ପାଇଁ ଧନ୍ୟବାଦ ଜଣାଇବା ସହ ହିନ୍ଦୀ ଓ ସ୍ଥାନୀୟ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହା ଏକ ସାଧାରଣ ମଞ୍ଚ ଏବଂ ପ୍ରଚାର, ପ୍ରସାର, ପ୍ରୋତ୍ସାହନ ମିଳିଲେ ବ୍ରହ୍ମପୁର କମିଟିକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିବା ବୋଲି କହିଥିଲେ । ଏହା ଏକ ପରିବାର, ଯେଉଁଠି ସମସ୍ତ ସଦସ୍ୟଙ୍କ ସାମୂହିକ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ । ଇପିଏଫ୍‌ଓ କମିଶନର ପ୍ରକାଶ ନାରାୟଣ ସିଂ ପରାମର୍ଶ ଦେଇଥିଲେ ଯେ ସମିତି ପ୍ଲାଟଫର୍ମରେ ଆନ୍ତଃ କାର୍ଯ୍ୟାଳୟ ହିନ୍ଦୀ ପ୍ରତିଯୋଗିତା ଆୟୋଜନ କରାଯାଉ । ଆଇଜରର ଶାନ୍ତି ସ୍ଵରୂପ ଶ୍ରୀବାସ୍ତବ କହିଲେ, ଆମେ ଭାରତୀୟ ହୋଇ ଗନ ହେବା ଜନିତ । ଇଣ୍ଡିଆନ ଓଇରସିନ୍ ବ୍ୟାଙ୍କର ମନୀଷ କୁମାର ହିନ୍ଦୀର ପ୍ରଚାର ପ୍ରସାର ଉପରେ ଗୁରୁବାରୋପ କରିଥିଲେ । ଆଇ.ଆର.ଇ.ଏଲ. (ଇଣ୍ଡିଆ) ଜେନେରାଲ ମ୍ୟାନେଜର ସି.ଭି.ଆର. ମୂର୍ତ୍ତି କହିଲେ, ରାଷ୍ଟ୍ରଭାଷା ପ୍ରତି ଆମର ଆଦର ଓ ଭଲ ପାଇବା ରହିବା ଦରକାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ସଚିବ ବନ ବିହାରୀ ସାହୁ, ମୁଖ୍ୟ ପରିଚାଳକ (ରାଜଭାଷା), ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳନା କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିୟର ମ୍ୟାନେଜର (ରାଜଭାଷା) ଆନନ୍ଦ ବିହାରୀ ସାଓ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ ।

Leave A Reply

Your email address will not be published.