jsm

ଆଇନ ଛାତ୍ରୀ ଅନିତା ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠା କନ୍ୟା ଅନିତା ପ୍ରଧାନଙ୍କ ୨୨ ବର୍ଷ ବୟସରେ ଗତ ୧୧ ତାରିଖ ଦିନ କୁମାରୀ ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି । ଅନିତା ପ୍ରଧାନ ଲାଲା ଲଜପତ ରାୟ ଆଇନ ମହା ବିଦ୍ୟାଳୟ ସମ୍ବଲପୁରର ଜନୈକ ଶେଷ ବର୍ଷ ଛାତ୍ରୀଙ୍କ ଅକାଳ ବିୟୋଗ ହୋଇଯାଇଛି । ଅନିତାଙ୍କ ଦେହ ଭଲ ନ ଲାଗିବାରୁ ବିକାଶ ଘରୋଇ ନର୍ସିଂ ହୋମରେ ଚିକିତ୍ସା କରାଇଥିଲେ ପରେ ଟାଇଫଏଡ଼୍‌ ବୋଲି ଜଣାପଡିଥିଲା । ପରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ରାତ୍ରରେ ଅନିତାର ଅକାଳ ବିୟୋଗ ହୋଇଥିଲା । ଅନିତା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ମେଳାପୀ, ମିଷ୍ଟଭାଷୀ ଓ ଭଗବାନ ନୃସିଂହନାଥଙ୍କ ଭକ୍ତ ଥିଲେ । ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ପୁରୁଷୋତ୍ତମ ପ୍ରଧାନଙ୍କ ପାଇକମାଲ ସ୍ଥିତ ଜର୍ଜଗଡ ବାସଭବନଠାରେ ଏକାଦଶାହ ଉପଲେକ୍ଷ ସ୍ୱର୍ଗତ ଅନିତା ପ୍ରଧାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସ୍ମୃତିଚାରଣ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଶିରିଶ ବହିଦାର, ସରୋଜ ସାମଲ, ଗିରିଶ ଚନ୍ଦ୍ର ନାଏକ, ନରସିଂହ ପଟ୍ଟନାୟକ, ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ ଶତପଥୀ, ସଂପାଦକ ରମେଶ ଚନ୍ଦ୍ର ବାରିକ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ଯୋଗେନ୍ଦ୍ର ଭୋଇ, ମାତୃ ପ୍ରସାଦ ରଥ, ସୁବୋଧ ପଣ୍ତା, ଶରତ ବଡ ପଣ୍ତା, ନନ୍ଦ ଶ୍ରୀବାସ୍ତବ, ସଂଜୟ ବହିଦାର, ସୁଶାନ୍ତ ନାଗ, ସୁରଥ ସାହୁ, ରୋହିତ ଅଗ୍ରୱାଲ, କିବି ଅଗ୍ରୱାଲାଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ପାଇକମାଲ, ଝାରବନ୍ଧ, ପଦ୍ମପୁର, ବରଗଡ, ବଲାଙ୍ଗିର, ସମ୍ବଲପୁର ତଥା ଆଖପାଖରୁ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସୁବୋଧ ପଣ୍ଡାଙ୍କ ତତ୍ୱାବଧାନ ପରିଚାଳିତ ହୋଇଥିଲା । ଶେଷରେ ସମସଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇ ଥିଲା ।

yuvodaya
Leave A Reply

Your email address will not be published.