jsm

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଏଛି । ସମ୍ବାଦ ପ୍ରତିନିଧିଙ୍କ ଦ୍ଵାରା ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏପଟେ ଆମ୍ବେଦକର ଯୁବ ସପ୍ସଘ, ବେହେନସିଲାଟ ବିଜୁପଟ୍ଟନାୟକ ରକ୍ତ ଭଣ୍ଡାର କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିସରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସର୍ବମୋଟ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରି ବ୍ଳଡ ବ୍ୟାଙ୍କରେ ଅର୍ପଣ କରାଯାଇଛି । ଏହି ଅବସରରେ ବୈଷୟିକ ମହାବିଦ୍ୟାଳୟଠାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରେଡ୍‌କ୍ରସ ଯୁବକ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ପୋଲିସ ବୃନ୍ଦ ଏବଂ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ସରକାରୀ ଡାକ୍ତରଖାନା ପରିସରରେ ଏସ୍‌ଡିପିଓ ଏବଂ ଆମ୍ବେଦକର ଯୁବ ସଂଘ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.