ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତ ଦେଶବାସୀଙ୍କ ମଧ୍ୟରେ ସଦ୍ଭାବନା ଜରୁରୀ । ସେହି ମହତ ଲକ୍ଷ୍ୟ ନେଇ ଆଜି ପଦ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସଦ୍ଭାବନା ସଂକଳ୍ପ ନେଇଛନ୍ତି । ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୦ରେ ସଦ୍ଭାବନା ଦିବସ ବା ହାରମୋନି ଦିବସ ଭାବରେ ପାଳନ କରାଯାଏ । ମାତ୍ର ଏହି ବର୍ଷ ଅଗଷ୍ଟ ୨୦ ରବିବାର ପଡୁଥିବାରୁ ସରକାରୀ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୮ରେ ଏହା ପାଳିତ ହୋଇଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ୟରେ ସଦ୍ଭାବନା ସଂକଳ୍ପ ନେଇଛନ୍ତି । ଦେଶର ସମସ୍ତ ଧର୍ମ, ଜାତି, ସଂପ୍ରଦାୟ, କ୍ଷେତ୍ର, ଭାଷା ମଧ୍ୟରେ ଶାନ୍ତି, ଜାତୀୟ ଏକିକରଣ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ । ଉକ୍ତ ଭାବନାରେ ଉଦ୍‌ବୁଦ୍ଧ ହୋଇ ପଦ୍ମପୁର ଉପଖଣ୍ଡର ସମସ୍ତ ନାଗରିକଙ୍କ ସେବାରେ ନିଜକୁ ସମର୍ପି ଦେବା ପାଇଁ ଶ୍ରୀ କୁମ୍ଭାର ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଏହା ସହ ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକଙ୍କୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ଉପ ଜିଲ୍ଲାପାଳ ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.