ଅତିରିକ୍ତ ଜିଲ୍ଲାପାଳଙ୍କ କନଫେରେନ୍ସ ହଲରେ ସଦ୍ଭାବନା ଶପଥ ପାଠ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦ୍ଭାବନା ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳଙ୍କ କନଫେରେନ୍ସ ହଲରେ ସଦ୍ଭାବନା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇ ଜାତି, ଧର୍ମ, ସମ୍ପ୍ରଦାୟ ଅଥବା ଭାଷାକୁ ନେଇ କୌଣସି ଭେଦ ଭାବ ନ ରଖି ସମସ୍ତ ଭାରତବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦ୍ଭାବନା ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏହା ସହ ହିଂସାର ଆଶ୍ରୟ ନ ନେଇ ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସଦ୍ଭାବନା ଦିବସ ସାରାଦେଶରେ ପାଳିତ ହୁଏ । ହିଂସା ମାର୍ଗକୁ ତ୍ୟାଗ କରି ଭଲ ବାର୍ତ୍ତା ପ୍ରବର୍ତ୍ତାଇବା ପାଇଁ ଏହି ଦିନକୁ ପାଳନ କରାଯାଏ ।

Leave A Reply

Your email address will not be published.