ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଆତ୍ମା କମିଟି ଆନୁକୂଲ୍ୟରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଦିନିକିଆ ବୈଠକ ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ଥପା, ନେହେରୁ ବୁଡ଼େକ, ପ୍ରମୋଦ ଭୋଇ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ବେଲଗାଁ ସହକାରୀ କୃଷି ଅଧିକାରୀ ସମ୍ବିତ ସୌରଭ ରଥ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀଧନ ଚିକିତ୍ସିତ ଡ଼. ପ୍ରମୋଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଚାଷୀମାନେ ଚାଷ କଲେ କିପରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହା ସହିତ ଆତ୍ମା କମିଟି ପରିଚାଳନାରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମନମୁଖୀ ରଣ ପ୍ରଦାନ କରାଯାଉଛି । ଯାହାଫଳରେ ରଣ ଟଙ୍କା ଆଦାୟ ହୋଇ ପାରୁନାହଁ ବୋଲି ବୈଠକ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ବିବିନା ଓ ତାଳବାହାଲ ପଞ୍ଚାୟତରେ ଖାଲି ପଡ଼ିଥିବା କୃଷକ ସାଥୀ ପଦବୀ ପାଇଁ ନିଯୁକ୍ତି କରାଯିବ ବୋଲି ସିଦ୍ଧାନ୍ତ ଗ୍ରହଣ ନିଆଯାଇଥିଲା । ଉକ୍ତ ବୈଠକକୁ ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ କୃଷି ଓଭରସିୟର ଶାନ୍ତିଲତା ମିଶ୍ର, ମନୋଜ ଭୋଇ, ଗ୍ରାମ୍ୟ କୃଷି କର୍ମଚାରୀ ବରଜ ବିଡ଼ିକା, କଲ୍ୟାଣୀ ବାଗ, ବବିତା ମେହେର, ଲକ୍ଷପତି ଭୋଇ, ଏଟିଏମ୍‌ ଫକୀର ଦଣ୍ଡସେନା, କୃଷକ ସାଥୀ ଓ ଆତ୍ମା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.