ଧୂମାଭଟା କଲେଜରେ ସ୍ୱାଧୀନତା ଦିବସ ପାଳନ ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ବଦଳରେ ଶୁଭିଲା ବୋଲ୍‌ବମ୍‌ ଗୀତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ୭୭ତମ ସ୍ଵାଧୀନତା ଦିବସ ଅତି ଗର୍ବ ଓ ଗୌରବର ସହ ପାଳନ କରୁଥିବା ସମୟରେ ଧୁମାଭଟା କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏବେ ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଧୁମାଭଟାରେ ଥିବା ବୀଣାପାଣି କଲେଜରେ ପତାକା ଉତ୍ତୋଳନ ସରିବା ପରେ ଦେଶ ତଥା ସ୍ଵାଧୀନତା ସଂଗ୍ରାମୀଙ୍କ ନା’ରେ ନାରା ନ ଦେଇ କେହି ଜଣେ କଲେଜର କର୍ମଚାରୀ ବୋଲ୍‌ବମ୍‌ର ନାରା ଦେଉଛନ୍ତି । ଏହାକୁ ନେଇ ଅଞ୍ଚଳର ସମସ୍ତ ଦେଶପ୍ରେମୀଙ୍କ ଭାବନାରେ କୁଠାରଘାତ ହୋଇଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ଏହି ବାବଦରେ ଆମେ କଲେଜର ପ୍ରିନ୍ସିପାଲ ଶ୍ରୀ ନାଗଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ବାବଦ ରେ ଜାଣି ନାହାନ୍ତି ଓ ଷ୍ଟେଜ ଉପରେ କେହି ଜଣେ ଆମର କର୍ମଚାରୀ ଥିବେ ବୋଲି କହିଥିଲେ । କିନ୍ତୁ କିଏ ସେଠି ଅଛନ୍ତି ବୋଲି ପଚାରିବାରୁ ସେ ମୁ ଜାଣି ନାହିଁ ବୋଲି କହିଥିଲେ । ଭିଡିଓରେ ସଫା ସଫା ଦେଖା ଯାଉଛି ଯେ, ପତାକା ଉତ୍ତୋଳନ ହୋଇଯାଇଛି । ଷ୍ଟେଜରେ ଦୁଇଜଣ କର୍ମଚାରୀ ଅଛନ୍ତି ଓ ତଳେ ସ୍ଵାଧୀନତା ଦିବସ ପାଳନ କରିବାକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । କିନ୍ତୁ ଲଜ୍ଜାର ବିଷୟ ଏହା କି ଯେ, କାର୍ଯ୍ୟକ୍ରମ ଶେଷ ନ ହେଲା ପର୍ଯ୍ୟନ୍ତ ଅଧ୍ୟକ୍ଷ ମହାଶୟ କେମିତି ଷ୍ଟେଜ ଛାଡ଼ି ଚାଲିଗଲେ ଓ ଦେଶ ପ୍ରେମ ବଦଳରେ ବୋଲ୍‌ବମ୍‌ ସ୍ଲୋଗାନ ଛାତ୍ରଛାତ୍ରୀଙ୍କ ମନରେ କ’ଣ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି ।

Leave A Reply

Your email address will not be published.