csstore

ଇସ୍ପାତ ସାହିତ୍ୟ ସଂସଦରେ ସ୍ୱାଧୀନତା ଦିବସ ପାଳନ ଓ ଦେଶାତ୍ମବୋଧକ କବିତା ପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ତଥା ଦେଶାତ୍ମବୋଧକ କବିତା ପାଠର ଆୟୋଜନ କରାଯାଇଥିଲା । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବ ଏବଂ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତି ବ୍ରଜେନ୍ଦ୍ର ଦାଶ ଜାତୀୟ ପତାକା ଉତ୍ତୋଳନ କରି ସମ୍ବୋଧିତ କରିଥିଲେ । କବି ତ୍ରିଲୋଚନ ମଥାନଙ୍କ ପୌରୋହିତ୍ୟରେ ଏବଂ କବି ବନଲତା ମିଶ୍ର ଏବଂ କବି ସୁଶାନ୍ତ ନାୟକଙ୍କ ସଂଯୋଜନାରେ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମରେ କବି ବ୍ରଜବିହାରୀ ଦାଶ, ଅଜୟ କୁମାର ମହାନ୍ତି, ଶ୍ବେତ କୁମାର ବେହେରା, ସତ୍ୟବ୍ରତ ଦାଶ, ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ କୁମାର ନାୟକ, ନୃସିଂହ ଚରଣ ବିଶ୍ବାଳ, ବନଲତା ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ବିଜୟିନୀ ଜେନା, ରଙ୍କନିଧି ସେଠୀ ଏବଂ ପ୍ରଫୁଲ୍ଲ ସାମଲ ପ୍ରମୁଖ କବିତା ପାଠ କରିଥିବା ବେଳେ ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ନାରାୟଣ ସେଠୀ, ସ୍ନେହଲତା ପଟ୍ଟନାୟକ ଏବଂ ରଘୁବର ଧଳ ପ୍ରମୁଖ ବହୁ କବି ଯୋଗଦାନ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.