jayashree

ସଂକଳ୍ପ ପରିବାର ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ । ଚଳିତ ବର୍ଷ ସଂକଳ୍ପ ପରିବାର ଓ ଶହୀଦ ସ୍ମୃତି ସମିତି ବରଗଡ଼ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ଛକରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କରି ନିଜର ଅଭିଭାଷଣ ରଖିଥିଲେ ଏବଂ ବରିଷ୍ଠ ଆଇନଜୀବୀ ରବିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାଧୀନତା ଦିବସ ହେଉଛି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ସ୍ମରଣ କରିବାର ଦିନ । ଅଗଷ୍ଟ ୧୫, ୧୯୪୭ରେ, ୨୦୦ ବର୍ଷରୁ ଅଧିକ ସମୟର ବ୍ରିଟିଶ ଉପନିବେଶବାଦରୁ ଭାରତକୁ ସ୍ୱାଧୀନ ଘୋଷଣା କରାଯାଇଥିଲା । ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ ୧୮୫୭ରୁ ୧୯୪୭ ପର୍ଯ୍ୟନ୍ତ ୯୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା, ଅନେକ ସାହସୀ ହୃଦୟର ବଳିଦାନର ସାକ୍ଷୀ ରହିଥିଲେ ଯେଉଁମାନେ ନିଜ ଦେଶ ତଥା ଲୋକଙ୍କ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏଥିରେ ଘେସଁ ଜମିଦାର ମାଧୋ ସିଂଙ୍କ ବଳିଦାନ ମଧ୍ୟ ଯଥେଷ୍ଟ ଅଟେ ଯାହା ଶବ୍ଦ ମଧ୍ୟରେ ବର୍ଣ୍ଣନା କରିବା କାଠିକର ପାଠ ଅଟେ । ଆଜି ମାଧୋ ସିଂ ଏବଂ ତାଙ୍କର ପରିବାରର ବଳିଦାନ, ଦେଶ ପ୍ରତି ତାଙ୍କର ସର୍ବୋଚ୍ଚ ବଳିଦାନକୁ ମନେପକାଇବାକୁ ଯାଇ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଢି ଉଠିଥିବା ବୀର ଛକରେ ସଂକଳ୍ପ ପରିବାର ସ୍ୱାଧୀନତା ଦିବସ ପାଳନ କରିଆସୁଛି କିନ୍ତୁ ମାଧୋ ସିଂ ବଳିଦାନ ବିଷୟରେ ପ୍ରଚାର ଓ ପ୍ରସାର କରିବା ଏତିକିରେ ଯଥେଷ୍ଟ ନୁହେଁ । ସ୍ଥାନୀୟ ବୀର ପୁରୁଷଙ୍କ ବୀରତ୍ୱର ଗାଥା ଯେବେ ଆମ ଅଞ୍ଚଳର ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ତେବେ ଏ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଛାତ୍ରଛାତ୍ରୀ ଅବଗତ ହେବେ । ଏଣୁ ସରକାରଙ୍କୁ ଅନୁରୋଧ ଯେ, ଏ ବିଷୟ ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.