ଟିଟିଲାଗଡ଼ ନିକଟସ୍ଥ କୋଇଲା ବୋଝେଇ ଡବଲ ଡାଇମଣ୍ଡ ଟ୍ରେନ ଦୁଇ ଭାଗ ହୋଇ କଟିଲା : ୨ ଘଣ୍ଟା ଧରି ଅଟକିଲା

ଟିଟିଲାଗଡ, (ସଞ୍ଜୟ କୁମାର ସାହୁ) : ଟିଟିଲାଗଡ଼ ନିକଟସ୍ଥ ଖଜୁରପଡ଼ା ରେଳ ଫାଟକ ନିକଟରେ ଡବଲ ଡାଇମଣ୍ଡ ମାଲବାହି ଟ୍ରେନ ଡବା ମଝିରୁ କପ୍ଲିଂ ଛିଣ୍ଡି ଆଠ ଗୋଟି କୋଇଲା ବୋଝେଇ ଡ଼ବା ଅଧାରୁ କଟି ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି କୋଇଲା ମାଲ ବୋଝେଇ ଟ୍ରେନଟି ଅଟକି ରହିଥିଲା । ପାଖାପାଖି ଶହେରୁ ଅଧିକ କୋଇଲା ବୋଝେଇ ଡ଼ବା ନେଇ ସମ୍ବଲପୁରରୁ ଟିଟିଲାଗଡ଼ ଦେଇ ଯାଉଥିଲା ଟ୍ରେନ । ତେବେ ଟିଟିଲାଗଡ଼ ଖଜୁରପଡା ଫାଟକ ନିକଟରେ ଆଠଗୋଟି ଡବା ଟ୍ରେନ ଇଂଜିନରୁ କଟିଥିଲା । ଖବର ପାଇ ରେଳ ବିଭାଗର କର୍ମଚାରୀ ଯାଇ ସଜାଡିବାରୁ ପୁଣି ଥରେ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.