ସିନିୟର୍ ସିଟିଜେନ ଆସେମ୍ଳିର ସାମାଜିକ ସେବା କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ସିନିୟର ସିଟିଜେନ ଆସେମ୍ଳି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସିତ ହେଉଥିବା ଇନଡୋର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥିସହିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗଜାନନ ଅଗ୍ରୱାଲ, ବିଶ୍ୱନାଥ ଭୂୟାଁ, ବିଭୂତି ଭୂଷଣ ସାହାଣୀ, ରାମଚନ୍ଦ୍ର ପଟେଲ, ସମାରୁ ପ୍ରଧାନ, ଗୁରୁ ଚରଣ ଧୀର, ସାବତ ନାଗ, କ୍ଷୀରୋଦ୍ର ଦ୍ୱାରୀ, ଖିଳଧର ସାହୁ, ଉପେନ୍ଦ୍ର ସାହୁ, ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.