୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ ଲାୟନ୍ସ୍ କ୍ଲବ ତରଫରୁ ଏକ ସାମ୍‌ ଦେଶ କେ ନାମ୍‌ କାର୍ଯ୍ୟକ୍ରମ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାଧୀନତାର ୭୭ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଦେଶବାସୀ ବହୁତ ସୁନ୍ଦର ଭାବରେ ଏହି ଦିବସକୁ ଉତ୍ସବ ରୂପେ ପାଳନ କରିଛନ୍ତି । ଏହି ପରିପ୍ରକ୍ଷୀରେ ଟିଟିଲାଗଡ ଲାୟନସ୍ କ୍ଲବ ତରଫରୁ ସକାଳେ ସ୍ଥାନୀୟ ଲାୟନସ ଡେନଠାରେ କ୍ଲବ ସଭାପତି ସନ୍ତୋଷ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କ୍ଲବର୍ ବରିଷ୍ଠ ସଦସ୍ୟ ଲାୟନ ବିଭାସ କୁଣ୍ଡୁ ସ୍ୱାଧୟୀନତା ସଂଗ୍ରାମୀଙ୍କୁ ମନେ ପକାଇ ସମସ୍ତଙ୍କୁ ଶୁଭେଛା ବାର୍ତ୍ତା ଦେଇଥିଲେ । ଏହା ପରେ ଦେଶିଲ ସ୍ଥିତ ଲାୟନ୍ସ କ୍ଲବ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ଥିବା ଲୋକଙ୍କୁ ମିଷ୍ଟାନ୍ନ ଓ ଫଳମୂଳ ବଣ୍ଟନ କରାଯାଇଥିଲା । ଦ୍ୱିପହର ସମୟରେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ଲିଓ କ୍ଲବ ସଦସ୍ୟ ଏମ୍‌ଡି ସାହିଲ୍, ଲାୟନ ସଞ୍ଜୟ କୁମାର ନାୟକଙ୍କ ଉପସ୍ଥିତିରେ ଏସ୍‌ଡିଏମ୍‌ଓ ପି କେ ନାୟକ, ଡ. ଓଁକାର ହୋତା, ଡ. ଖିରୋଦ୍ର ମାଝି ରୋଗୀଙ୍କୁ ପାଉଁରୁଟି ଓ ଫଳ ବଣ୍ଟନ କରିଥିଲେ । ସେହିପରି ଏସ୍‌ସିଡି ସେଣ୍ଟରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ଲବ ତରଫରୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ ଜନସାଧାରଣଙ୍କ ନିମନ୍ତେ ଲାୟଂସ୍ କ୍ଲବ ତରଫରୁ ସନ୍ଧ୍ୟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଥା ପ୍ରୋଜେକ୍ଟ ଚେର୍ୟାରମେନ୍ ସଞ୍ଜୟ ସୋନୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ପ୍ରଥମେ ଏମ୍‌ଓସିଙ୍କ ଦ୍ୱାରା ସମସ୍ତ ପୂର୍ବତନ ସେନାନି, ଅତିଥି ତଥା ଏହି କାର୍ଯ୍ୟକ୍ରମରେ ସହଭାଗିତା କରିଥିବା ଲୋକଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ସମ୍ମାନିତ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ବିପିନ ଦ୍ଵିପ, ଲାୟନ୍ସ କ୍ଳବର୍ ପୂର୍ବତନ ଡିଜି ଯମୁନା ପ୍ରସାଦ ଗୋୟଲ, ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଜୈନ ଉପସ୍ଥିତ ଥିଲେ । ତା’ପରେ ଅତିଥିଙ୍କ ଦ୍ୱାରା ଦ୍ଵୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ଅବସରପ୍ରାପ୍ତ ସୈନିକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସହରର ବିଭିନ୍ନ ଅନୁଷ୍ଠାନ ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତି ସୁନ୍ଦର ଦେଶ ଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ, କାର୍ଯ୍ୟକ୍ରମରେ ସହଭାଗିତା କରିଥିବା ଲୋକମାନଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.