ତୁରେକେଲା ଡିଗ୍ରୀ କଲେଜର ନୂତନ କୋଠା ଉଦ୍‌ଘାଟନ କଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏକ ପଛୁଆ ଅଂଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ କୃଷକ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ସଂଖ୍ୟାରେ ବସବାସ କରନ୍ତି । ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମଗୁଡିକର ଲୋକଙ୍କ ଏତେ ବିକାଶ ଶିକ୍ଷା କ୍ଷେତ୍ରରେ ହୋଇନାହିଁ । ତୁରେକେଲା ବ୍ଲକରେ +୨ କୋଲେଜ ଥିବା ବେଳେ +୩ କଲେଜ ୨୦୧୭ ପର୍ଯ୍ୟନ୍ତ ନ ଥିଲା । ତୁରେକେଲା ବ୍ଲକ ଅନ୍ତର୍ଗତ ଛାତ୍ର ଛାତ୍ରୀ ମାନେ ୧୫ରୁ ୨୦ କିଲୋମିଟର ପାଠ ପଢିବା ପାଇଁ ଯାଉଥିଲେ । +୩ କଲେଜ ନଥିବାରୁ ଏହି ଅଞ୍ଚଳର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ପୂର୍ବତନ ବିଧାୟକ ଆୟୁବ ଖାନ୍ ଓ ବର୍ତମାନ ନଂ୧୧ ଜୋନ୍ ଜିଲ୍ଲା ପରିଷଦ କୌଶିକ ମେହେରଙ୍କ ପ୍ରଚେଷ୍ଟାରେ ୨୦୧୮ ମସିହାରେ ତୁରେକେଲା ଡିଗ୍ରୀ କଲେଜ ସ୍ଥାପନ କରାଗଲା । ଏହି ଡିଗ୍ରୀ କଲେଜର ନିଜର କୌଣସି କୋଠା ନ ଥିବାରୁ ଏହା ଗତ ୫ ବର୍ଷ ହେବ +୨ କଲେଜ ସ୍ଥାପିତ ହୋଇ ପାଠ ପଢା ଚାଲୁଥିଲା । ବର୍ତମାନ ତୁରେକେଲା ଡିଗ୍ରୀ କଲେଜର ନିଜର କୋଠା ନିର୍ମାଣ ହୋଇସାରିଛି । ଆଜି ତୁରେକେଲା ଡିଗ୍ରୀ କଲେଜ ନୂତନ କୋଠାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ନିରଂଜନ ବିଶି ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ତୁରେକେଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ହାଜିମୁମ୍ମଦ ଆୟୁବ ଖାନ୍ ଓ ଜିଲ୍ଲା ପରିଷଦ କୌଶିକ ମେହେର ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ କଲେଜ ଅଧ୍ୟକ୍ଷଙ୍କ ସହ ଅନ୍ୟାନ୍ୟ ଗଣମାନ୍ୟ ଅତିଥିମାନଙ୍କୁ ସମ୍ମାନୀତ କରିଥିବା ବେଳେ ମୁଖ୍ୟ ଅତିଥି ଛାତ୍ର ଓ ଛାତ୍ରୀମାନଙ୍କୁ ତାଙ୍କ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତୁରେକେଲା ଡିଗ୍ରୀ କଲେଜ ପରିଚାଳନା କମିଟି ସଦସ୍ୟ ସମରନ ମହାନ୍ତି ସୁଧାମ ବେହେରା ଏସ୍‌ କେ ସମିମ, ରାମ ବାଗ, ଓନି, ମିସ୍ ସିମରନ କୌର, କଲେଜ ଅଧ୍ୟକ୍ଷ ଉମାଶଙ୍କର ଥପ୍ପା, ଗୌରାଙ୍ଗ ଦାଶ, ଶୀମତୀ ଚିନ୍ମୟୀ ଦାସ, ଶ୍ରୀମତୀ ସ୍ନେହାମୟୀ ନାଗ, ବିଜୟ କୁମାର ବାରିକଙ୍କ ସହ ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!