ଏ/୧୮୯ ବାଟାଲିୟନ ସିଆରପିଏଫ୍‌ ତରଫରୁ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୭୭ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଏ/୧୮୯ ବାଟାଲିୟନ ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟର ସାଇକେଲ ଏବଂ ଡାକବାଜି ଯନ୍ତ୍ର ଯୋଗେ ଏକ ଶୋଭାଯାତ୍ରା ବାହାରି ଗାଁ ଗାଁ ବୁଲି ପ୍ରତିଘରେ ତ୍ରିରଙ୍ଗା ଉଡେଇବାକୁ ସଚେତନତା କରାଯାଇଥିଲା । ଏହି ଶୋଭାଯାତ୍ରା ହରିଶଙ୍କର ସିଆର୍‌ପିଏଫ୍‌ କେମ୍ପରୁ ବାହାରି ନାନ୍ଦୁପଲା, ଛଞ୍ଚାନ ବାହାଲି, ତୁର୍ଲା, ଦାନାମାଲ, ବ୍ରାହ୍ମଣୀ, ଭାନପୁର ବିଭିନ୍ନ ଗ୍ରାମ ପରିକ୍ରମା କରି ସମସ୍ତ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ ଓ ଜାତୀୟ ପତକା ବଣ୍ଟନ କରିଥିଲେ ।

Leave A Reply

Your email address will not be published.