csstore

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ବ୍ଲକର ଜାମପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଡନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ପାଣ୍ଡବ କର୍ଣ୍ଣ, ବିଶିଷ୍ଟ କଲାକାର ଭୁବନେଶ୍ୱର ପ୍ରଧାନ, ସମାଜସେବୀ ପରେଶ କୁମାର ମେହେର, ସୁକୁନ ଟ୍ରଷ୍ଟର ଡାଇରେକ୍ଟର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର ପ୍ରତାପ ସାହୁ ଓ ଝାରସୁଗୁଡ଼ାର ୩ଟି ସାମାଜିକ ଅନୁଷ୍ଠାନର ସଭାନେତ୍ରୀମାନେ ଯୋଗ ଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ମୋମେଣ୍ଟୋ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଜୀବନ ସଦସ୍ୟ ଶିବାନନ୍ଦ ମଟାରୀ, ସନ୍ତୋଷ କୁମାର ଦାଶ, ଲଲିତ ମେହେର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା ସହିତ ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀ ମଧ୍ୟ ବିଶେଷ ଭାବରେ ସହଯୋଗ କରିଥିଲେ । ଏହିପରି ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନେକ ସ୍ଥାନରେ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.