csstore

ଅସହାୟ ମହିଳାଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : କଥା ଦେଇ କଥା ରଖିଲା ଜନ କଲ୍ୟାଣ ସେବା ଟ୍ରଷ୍ଟ, ବିଗତ କିଛି ଦିନ ତଳେ ଏକ ମହିଳା ସୁଷମା ବାରିକ (୨୨), ଗ୍ରାମ -କୁଲ୍ଲା ଜୟନ୍ତି ଟିକ୍ରା, ଜାମପାଲି ପଞ୍ଚାୟତର ଅଟନ୍ତି ନିଜ କୁନି ପୁଅକୁ ନେଇ ଗାଁ ଗାଁ ଯାଇ ଭିକ ମାଗୁଥିବା ଦେଖିବାକୁ ମିଲିଥିଲା । ଏହି ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାରକୁ ଦେଖିବାକୁ ଯାଇଥିଲେ । ଶେଷରେ ଗତକାଲି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର ପ୍ରତାପ ସାହୁ, ଉପଦେଷ୍ଟା ତଥା ସମାଜସେବୀ ପରେଶ କୁମାର ମେହେର, ବୁର୍ଲାର ସମାଜସେବୀ ସନ୍ତୋଷ କୁମାର ଦାଶ, ଆଜୀବନ ସଦସ୍ୟ ଲଲିତ ମେହେର ତାଙ୍କ ଘରକୁ ଯାଇ ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଟିଏ ମାସର ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ଓ ନୂତନ ବସ୍ତ୍ର ପ୍ରଦାନ କରାଗଲା, ଏହା ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଉକ୍ତ ମହିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ୬ ମାସ ପର୍ଯ୍ୟନ୍ତ ରାସନ ସମଗ୍ରୀ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.