ରାସନ କାର୍ଡରେ ଗହମ ଦେବାକୁ ଦାବୀ

ଡୁଡୁକା : ଆଗରୁ ବିପିଏଲ୍‌ କାର୍ଡଧାରୀଙ୍କୁ ରିହାତୀ ମୁଲ୍ୟରେ ଚିନି, ଗହମ କିରୋସିନି ମିଳୁଥିଲା । ସେଥିମଧ୍ୟରୁ ପୂର୍ବରୁ ଚିନି ଓ ଏବେ ଗହମ ବାଦ୍‌ ପଡିଛି । ଫଳରେ ଏବେ ଖାଦ୍ୟ ସୁରକ୍ଷା ଯୋଜନା କେବଳ ଚାଉଳରେ ସୀମିତ ରହିଛି । ଗହମ ବନ୍ଦ ହେବାରୁ ଆଗଲପୁର ବ୍ଲକ ଅଞ୍ଚଳର ହିତାଧିକାରୀମାନେ ଅଧିକ ଦରରେ ଅଟା କିଣୁଥିବା ପ୍ରକାଶ କରିଛନ୍ତି । ତେଣୁ ପୁଣି ଗହମ ଯୋଗାଣ କରିବାକୁ ସେମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.