ଓଡ଼ିଆ ଭାଷାକୁ ସାର୍ବଜନୀନ କ୍ଷେତ୍ରରେ ପ୍ରୟୋଗ ଦିଗରେ ସରକାରଙ୍କ ଉଦାସୀନତା ବିରୋଧରେ ଆତ୍ମାହୁତି ନିଷ୍ପତ୍ତି ସ୍ଥଗିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ ତଥା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାର ସାର୍ବଜନୀନ ବ୍ୟବହାର କରିବା ପାଇଁ ବାରମ୍ବାର ଆଇନ ବ୍ୟବସ୍ଥା ଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଓଡ଼ିଶା ପ୍ରଦେଶ ଗଠନର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଅନ୍ତର୍ଜାତୀୟ ଭାଷା ସୁରକ୍ଷା ସଂସ୍ଥାନ ପକ୍ଷରୁ ଏହାର ପ୍ରମୁଖ ବ୍ୟକ୍ତିତ୍ୱ ପ୍ରଫେସର ଡ. ଜୟକୃଷ୍ଣ ଗୌଡ଼, ଶ୍ରୀମାନ୍‌ ଯଜ୍ଞପ୍ରସାଦ ଗୌଡ଼ ଓ ଶ୍ରୀମତୀ ମୀରାଦେବୀ ଓଡ଼ିଶାର ତିନୋଟି ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପରୋକ୍ତ ଦାବୀ ଉପରେ ଆତ୍ମାହୁତି ଦେବା ପାଇଁ ଦୀର୍ଘ ଦୁଇମାସ ତଳୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ ସରକାର ଉଦାସୀନ ମନୋଭାବ ପୋଷଣ ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ ଓ ସଂସ୍କୃତି ମନ୍ତ୍ରୀ, ରାଜ୍ୟ ଶ୍ରମ ଆୟୁକ୍ତ, ୫ଟି ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର୍‌ କରାଯାଇଛି । ଅନ୍ତର୍ଜାତୀୟ ଭାଷା ସୁରକ୍ଷା ସଂସ୍ଥାନ ଆବାହକ ଡ. ଜୟକୃଷ୍ଣ ଗୌଡ଼ ବିଭିନ୍ନ ସରକାରୀ ପଦାଧିକାରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ପରେ ସକରାତ୍ମକ ପଦକ୍ଷେପ ନେବା ଦିଗରେ ପ୍ରତିଶ୍ରୁତି ପାଇଥିବାରୁ ଆତ୍ମାହୁତି ନିଷ୍ପତିକୁ ପ୍ରତ୍ୟାହାର କରିନେଇଛନ୍ତି । ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଗଂଜାମ କଳା ପରିଷଦଠାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ପ୍ରତିଷ୍ଠାନର ଆବାହକ ରବି ରଥ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ଲାଲବାହାଦୁର ପଟ୍ଟନାୟକ, ଉଦୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କଟକ, ସମ୍ବଲପୁର ରାଜସ୍ୱ କମିଶନର ଦ୍ୱୟଙ୍କ ଉପସ୍ଥିତିରେ ଆଲୋଚନା ପରେ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯିବା ପାଇଁ ସଂପୃକ୍ତ ଅନୁଷ୍ଠାନର ଆବାହକ ଅଧ୍ୟାପକ ଜୟକୃଷ୍ଣ ଗୌଡ଼ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି । ଉଲ୍ଲେଖ ଥାଉକି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ଓଡ଼ିଶାରେ ଭାଷା ଆଇନ କାର୍ଯ୍ୟକାରୀ କରାଯିବା ପାଇଁ ବିଧାନସଭାରେ ଆଇନ ପାସ ହୋଇଥିଲେ ମଧ୍ୟ ଅଦ୍ୟାବଧି ୭୦ ବର୍ଷ ଧରି ଏହି ଆଇନ୍‌ କାର୍ଯ୍ୟକାରୀ ହୋଇପାରିନାହିଁ । ଓଡ଼ିଶାର ପଡେ଼ାଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟରେ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ହେଉଥିବା ବେଳେ ଯଦିଓ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ହୋଇପାରୁ ନାହିଁ । ମୁଖ୍ୟତଃ ଓଡ଼ିଶାରେ ଗତ ୨୩ ବର୍ଷ ଧରି ଅଣଓଡ଼ିଆମାନଙ୍କ ଶାସନ ଚାଲିଥିବା ଯୋଗୁଁ ନାର୍ଯ୍ୟ ଦାବୀ ପାଇବାରୁ ଜନସାଧାରଣ ବଞ୍ôଚତ ହେଉଛନ୍ତି । ଓଡ଼ିଆରେ ବିଜ୍ଞାପନ ଓ ଚିଠି ସଂପର୍କରେ ୧୯୦୩ ମସିହା ଠାରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ଇଂରାଜୀ ଚିଠିପତ୍ରର ବିପକ୍ଷରେ ସଂପୃକ୍ତ ଅନୁଷ୍ଠାନ ରାଜ୍ୟର ପୋଲିସ୍‌ ଡି.ଜି. ମହୋଦୟଙ୍କ ନିକଟରେ ମୋକଦ୍ଦମା ଦାଏର କରିଥିବା ଆବାହକ ଜୟକୃଷ୍ଣ ଗୌଡ଼ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.