ଆନ୍ତର୍ଜାତୀୟ ବାମପନ୍ଥୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୯୨ରୁ ୧୩ ଅଗଷ୍ଟରେ “ଆନ୍ତର୍ଜାତୀୟ ବାମପନ୍ଥୀ ଦିବସ” ପାଳନ କରାଯାଏ । ମୁଖ୍ୟତଃ ଡାହାଣ ହାତୀ ଦୁନିଆରେ ବାମହାତୀ ହେବାର ସୁବିଧା ଏବଂ ଅସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ସୃଷ୍ଟି କରାଯାଇଥିଲା । ଏହା ବାମହାତୀ ଲୋକମାନଙ୍କର ସ୍ୱତନ୍ତ୍ରତା ଏବଂ ପାର୍ଥକ୍ୟକୁ ଦର୍ଶାଏ । ବିଶ୍ଵ ଜନସଂଖ୍ୟାର ପ୍ରାୟ ସାତରୁ ଦଶ ପ୍ରତିଶତ ହେଉଛନ୍ତି ବାମହାତୀ । ଏହି ଦିନ, ବାମହାତୀମାନେ ନିଶ୍ଚିତ ହୁଅନ୍ତି ଯେ, ଏହା ଭଗବାନଙ୍କ ଏକ ସ୍ୱାଭାବିକ ବ୍ୟବସ୍ଥା । ଆମେରିକାର ରାଷ୍ଟ୍ରପତି- ରୋନାଲଡ୍ ରେଗାନ୍, ବିଲ୍ କ୍ଲିଣ୍ଟନ୍ ଏବଂ ବାରାକ ଓବାମା ସମସ୍ତେ ବାମହାତୀ ଥିଲେ । ମହାତ୍ମାଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚିତ୍ରକଳା ତାରକା ଅମିତାଭ ବଚ୍ଚନ, କ୍ରିକେଟ ତାରକା ସଚିନ୍ ତେନ୍ଦୁଲକର ସମ ଭାବରେ ବାମହାତୀ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାମହାତୀ ଅଟନ୍ତି ।

Leave A Reply

Your email address will not be published.