ସାଂସଦ ନିରଞ୍ଜନ ବିଶିଙ୍କ ଟିଟିଲାଗଡ ଗସ୍ତ : ବର୍ଷାରେ ଭିଜି ଭିଜି ଦେଖିଲେ ଗୋଶାଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ ଗସ୍ତରେ ଆସି ଟିଟିଲାଗଡ ସର୍ଗିଗୁଡ଼ାଠାରେ ଥିବା ସତ୍ୟ ନାରାୟଣ ମନ୍ଦିର ପୂଜାରେ ଯୋଗ ଦେଇଥିଲେ । ଗୁଜରାତି ସମାଜ ଦ୍ୱାରା ପରିଚାଳିତ ହେଉଥିବା ଏହି ବହୁ ପୁରାତନ ମନ୍ଦିରରେ ସମାଜର ସଦସ୍ୟଙ୍କ ସହିତ ସାକ୍ଷାତ କରିଥିଲେ । ସଦସ୍ୟଙ୍କ ଅନୁରୋଧ କ୍ରମେ ମନ୍ଦିର ପରିସରରେ ନାନା ପ୍ରକାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବହୁ ଅସୁବିଧା ହେଉଥିବାରୁ ଏକ କମ୍ୟୁନି୍ଟି ଗୃହ ପାଇଁ ଅନୁରୋଧ କରିଥିଲେ । ସାଂସଦ ବିଶି ଏହାର ଯଥାର୍ଥତା ଦେଖି ନିଜ ସାଂସଦ ପାଣ୍ଠିରୁ ଦଶ ଲକ୍ଷ୍ୟ ଟଙ୍କା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗୁଜରାତି ସମାଜର ହରିଶ ରାଇଥତା ଜୟନ୍ତିଲାଲ ପୋପଟ, ହରିଶ ପୋପଟ, ଆଶ୍ୱିନ ଠକର, ମୁକେଶ ଚୱଦା, ଶିଳା ଠକର, ଗୀତା ଛାୱାଦା ପ୍ରମୁଖ ଉପସ୍ଥିତ କରିଥିଲେ । ପରେ ସାଂସଦ ଶ୍ରୀ ବିଶି ଟିଟିଲାଗଡ ଆଦିବାସୀ ଭବନରେ ଏକ ସଭାରେ ଯୋଗଦେଇ ଟିଟିଲାଗଡ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଅପେକ୍ଷା କରିଥିବା ଟିଟିଲାଗଡ ଗୋଶାଳାର ପରିଚାଳନା କମିଟି ସଦସ୍ୟଙ୍କୁ ଭେଟିଥଲେ । ଟିଟଲାଗଡ ଗୋଶାଳା ପରିଚାଳନାରେ ସମସ୍ତ ସୁବିଧା ଓ ଅସୁବିଧା ଜଣାଇଥିଲେ । ସାଂସଦ ପୂର୍ବରୁ ଟିଟିଲାଗଡରେ ଚାକିରି କରିଥିବା ସମୟରୁ ଏହି ଗୋଶାଳା ସହିତ ଯୋଡି ହୋଇଥିବା ପ୍ରକାଶ କରିଥିଲେ । ପ୍ରାୟତଃ ସକାଳୁ ଗୋଶାଳାକୁ ଯାଇ ଗୋରୁ ସେବା କରିବା ସହ ଗୋ-ମୂତ୍ର ପାନ କରିବା କଥା ମନେ ପକାଇଥିଲେ । ଗୋଶାଳା କମିଟିର ସଦସ୍ୟଙ୍କ ଅନୁରୋଧ କ୍ରମେ ବର୍ଷା ହେଉଥିବା ସତ୍ତ୍ବେ ଗୋଶାଳାକୁ ଯାଇ ସମସ୍ତ ବ୍ୟବସ୍ଥା ପରିଦର୍ଶନ କରିଥିଲେ । କିଛି ସମୟ ଗୋଶାଳାରେ ଗୋରୁମାନଙ୍କ ସହ ସମୟ ବିତାଇବା ସହ ଏହାର ଉନ୍ନତିକରଣ ଓ ସୁବ୍ୟବସ୍ଥିତ କରିବା ପାଇଁ ଯଥା ସମ୍ଭବ ସାଂସଦ ପାଣ୍ଠିର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗୋଶାଳା କମିଟିର ଜୟ ନାରାୟଣ ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲ, ସତ୍ୟନାରାୟଣ ଗୁପ୍ତା, ରାଜେଶ ଅଗ୍ରୱାଲ, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.