csstore

ଅସହାୟ ଶାରୀରିକ ବିକଳାଙ୍ଗଙ୍କ ପାଖରେ ପହଞ୍ଚିଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ବ୍ଲକର କୁଲ୍ଲା ଗ୍ରାମର ଜଣେ ସପୂର୍ଣ୍ଣ ଶାରୀରିକ ଅକ୍ଷମତା ଥିବା ଜଣେ ଅସହାୟ ଛାତ୍ରଙ୍କ ପାଖରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଏକ ପ୍ରତିନିଧି ଦଳ ପହଞ୍ଚି ତାଙ୍କ ବିଷୟରେ ସପୂର୍ଣ୍ଣ ପଚରା ଉଚୁରା କରିଥିବା ବେଳେ ଅସହାୟ ଛାତ୍ର ଜଣଙ୍କ ତିନିଚକିଆ ଗାଡି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବା ଦେଖିବାକୁ ମିଲିଥିଲା, ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏହି ତିନି ଚକିଆ ଗାଡ଼ିକୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ୭ ଦିନ ଭିତରେ ସଜାଡି ଦିଆଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଜଣାଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର ପ୍ରତାପ ସାହୁ, କୁଲ୍ଲାର ସମାଜସେବୀ ବିକାଶ ଉକ୍ତ ସ୍ଥାନରେ ପହଞ୍ଚି ଯଥା ସମ୍ଭବ ସହଯୋଗ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏହିପରି ଶିକ୍ଷିତ ଅସହାୟ ବିକଳାଙ୍ଗକୁ ସାହାଯ୍ୟ କରିବା ପାଇଁ ଆଗ୍ରହୀ ଥିଲେ ଆମକୁ ୯୬୬୮୪୪୮୫୦୭ ନମ୍‌ମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ବୋଲି ମୁକୁନ୍ଧ ଦାଶ କହିଛନ୍ତି । ଅସହାୟ ଲୋକଙ୍କ ସେବାରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ସବୁ ସମୟରେ ଅଛି ବୋଲି ସେ କହିଛନ୍ତି ।

jayashree
Leave A Reply

Your email address will not be published.