ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସଂଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଶ୍ରୀମତୀ ଭାରତୀ ପଟ୍ଟନାୟକ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି କୁନି ବୈଜ୍ଞାନିକ ମାନଙ୍କୁ ବୈଜ୍ଞାନିକ ଚିନ୍ତା ଧାରା ଉପରେ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମମତା ଗଡ଼ତିଆ ବିଭାଗ ବିଜ୍ଞାନ ପ୍ରମୁଖ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ବିଜ୍ଞାନର ଉପକାରିତା ବିଷୟରେ ଉଦ୍‌ବୋଧନ ଦେଇଥିଲେ । ପୃଥିରାଜ ସାହୁ ସଭାପତି ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂକୁଳ ଅନ୍ତର୍ଗତ ଶିଶୁ ୯ଟି ଶିଶୁ ମନ୍ଦିରରୁ ଶିଶୁବର୍ଗ, ବାଳବର୍ଗ ଓ କିଶୋର ବର୍ଗରୁ ୨୪୭ ଜଣ ଶିଶୁ ପ୍ରକଳ୍ପ ପ୍ରଦର୍ଶନ, ପ୍ରୟୋଗ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ରବାଚନରେ ଭାଗ ନେଇଥିବାର ଜଣାଯାଇଛି । ଆସନ୍ତାକାଲି ପ୍ରକଳ୍ପ ପ୍ରଦର୍ଶନ କାର୍ଯ୍ୟକ୍ରମ ଅଛି ଏଥିରେ ୨୬ ଜଣ ବିଚାରକ ଯୋଗଦାନ କରିବାର ସ୍ଥିରୀକୃତ ହୋଇଛି ।

Leave A Reply

Your email address will not be published.