jayashree

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବଲାଙ୍ଗିର ଶାଖାକୁ ମିଳିଲା ଏନ୍‌ଏଏସିର ଏ+ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନର ପରିମାପକ କୁହାଯାଉଥିବା ଏନ୍‌ଏଏସି ବା NATIONAL ASSESSMENT AND ACCREDITATION କମିଟି ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବାଲାଙ୍ଗିର ଶାଖାକୁ ଏ+ର ମାନ୍ୟତା ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, ଗତ ମାସ ଏନ୍‌ଏଏସି କମିଟି ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ବିଶ୍ୱବିଦ୍ୟାଳୟର ଉତ୍କୃଷ୍ଟ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ପ୍ରଦାନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ଏବଂ ତାର ପରିଣାମ ସ୍ୱରୂପ ଆଜି ବିଶ୍ଵବିଦ୍ୟାଳୟ ଏ+ର ମାନ୍ୟତା ଲାଭ କରିପାରିଛି । ଅନୁଷ୍ଠାନର ଏହି ସଫଳତା ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ବିଶ୍ଵବିଦ୍ୟାଳୟର ପ୍ରେସିଡେଣ୍ଟ ପ୍ରଫେସର ଡ ମୁକ୍ତିକାନ୍ତ ମିଶ୍ର, ଭାଇସ ପ୍ରେସିଡେଣ୍ଟ ପ୍ରଫେସର ଡିଏନ୍‌ ରାଓଙ୍କ ଉତ୍କୃଷ୍ଟ ପରିଚାଳନା ଓ ଉଚିତ୍‌ ମାର୍ଗଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି । ଏହା ବ୍ୟତୀତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କର ମଧ୍ୟ ସଫଳତା ପଛରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ସଫଳତା ପାଇଁ ସହରର ପ୍ରତ୍ୟେକ ମହଲରୁ ଅନୁଷ୍ଠାନକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.