ଚଣ୍ତୀଭଟା ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିଜୟ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ, ଶିକ୍ଷଣର ପରିସର ବୃଦ୍ଧି, ପ୍ରତି ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ । ଆସନ୍ତା ୨୬ ତାରିଖରେ ପୁଣି ଏକ ବୈଠକ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବିଦ୍ୟାଳୟ ପରିବେଶକୁ ଶିକ୍ଷଣୀୟ ତଥା ଆକର୍ଷଣୀୟ କରିବା ପାଇଁ ପ୍ରଚେଷ୍ଟା ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପଟେଲ, ବିଜୟ ବରିହା, ସୁନୀଲ ନାଏକ, ସୁରୁବାଲି ନାଏକ, ସବିତା ବରିହା, ଉଛବ ବରିହା, ଚନ୍ଦ୍ରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.