ରାଉରକେଲା, (ସସ୍ମିତା ପ୍ରଧାନ) : ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜୁଲାଇ ୨୦୧୫ରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ ।
ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ତରଫରୁ ଛେଣ୍ଡଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ କରାଯାଇଛି । ହସ୍ତତନ୍ତ କଳାକୁ କିପରି ଦେଶ ବିଦେଶରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରାଯିବ ଏହାରି ଉପରେ ଆଲୋଚନା ହୋଇଥିଲା । ହସ୍ତତନ୍ତ ବସ୍ତ୍ର ବହୁଳ ଭାବରେ ବ୍ୟବହାର କରି ବୁଣାକାର କାରିଗରଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏହି କଳା ଓ ସଂସ୍କୃତିକୁ ବଂଚାଇ ରଖିବା ଆମର କର୍ତ୍ତବ୍ୟ । ହସ୍ତତନ୍ତ ବସ୍ତ୍ର ପରିଧାନ କରି ସବୁ ସଭ୍ୟମାନେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମରେ ସାବିତ୍ରୀ ଦାସ, ନମିତା ଆଚାର୍ଯ୍ୟ, ଗୀତା ସେନାପତି, ଇନ୍ଦିରା ମହାନ୍ତି, ଗୀତା ମିଶ୍ର, ମଞ୍ଜୁବାଳା ମହାପାତ୍ର, ନନ୍ଦିତା ପାତ୍ର, ସୁଜାତା ରାଣୀ ମହାପାତ୍ର, ସୁଜାତା ଷଡଂଗୀ, ରଶ୍ମିତା ସାହୁ, ସ୍ନିଗ୍ଧା ସାମନ୍ତରାୟ, ସୁପ୍ରିୟା ମହାନ୍ତି, ପ୍ରୀତି ସାହୁ, ଶର୍ମିଲା ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସୁପ୍ରଭା ସାହୁ ଓ ଅନିମା ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସବିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post