oom

ତୁରେକେଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସ୍ମାରକ ପତ୍ର ପ୍ରଦାନ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନେତୃତ୍ୱରେ ସାରା ରାଜ୍ୟରେ ସ୍ମାରକପତ୍ର ପ୍ରଦାନ ଅବସରରେ ତୁରେକେଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାରଙ୍କ ଉର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ପ୍ରଧାନଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ବର୍ଗର ବିଭିନ୍ନ ଦାବୀଗୁଡ଼ିକ ଯଥା ସମସ୍ତଙ୍କୁ ୪୨ ଶହ ଗ୍ରେଡ ପେ, ଠିକା ଶିକ୍ଷକ ନିଯୁକ୍ତି ଉଛେଦ, ପୁରୁଣା ପେନସନ ଲାଗୁ କରିବା ପାଇଁ ଚଳିତ ମାସ ଷୋହଳ ତାରିଖରୁ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ଶିକ୍ଷକ ନେତା ରତିନ୍ଦ୍ର କୁମାର ରାଏ ଜିଲ୍ଲା ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବିରଂଚି ନାରାୟଣ ଦାଶ ବ୍ଲକ ସଭାପତି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍‌ସନ୍‌ ଅନ୍ତର୍ଭୁକ୍ତ), ଧନସିଂ ମାଝୀ, ଦୀନେଶ ମହାନନ୍ଦ, ପ୍ରେମରାଜ ପାଣିଗ୍ରାହୀ, ଜାନକୀରାମ ସାମବେଦମ ସମ୍ପାଦକ ଓପଟା, ସତ୍ୟପ୍ରକାଶ ସାହୁ, ମୋହନ ବରିହା, ଭବାନୀ ଶଙ୍କର ବେହେରା, ବୃନ୍ଦା ଭୋଇ, ନିହିରୁ ତାଣ୍ଡୀ, କୁସୁମ ମଞ୍ଜରୀ ନାଗ ଉପସ୍ଥିତ ଥିଲେ । ଆନ୍ଦୋଳନ କପରି ସଫଳ ହେବ ତାହାରି ଉପରେ ବିଷଦ ଆଲୋଚନା କରିବା ପାଇଁ ଆସନ୍ତାକାଲି ଏକ ସଭା ଅନୁଷ୍ଠିତ ହେବ ଏଣୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜ ନିଜର ମତ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.