ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନୂଆଁଖାଇ ଭେଟ୍‌ଘାଟ୍‌ ପାଳନ କରିବ ବଦାନ୍ୟ ବନ୍ଧୁ

ବରଗଡ଼, (ନିରୋଜ କୁମାର ପାଣୀ) : ଗଣପର୍ବ ନୂଆଁଖାଇ ଆସନ୍ତା ମାସ ୨୦ତାରିଖରେ ପଡୁଥିବା ବେଳେ ଏହା ପରେ ପରେ ହେଉଥିବା ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସଂଗଠନ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ପ୍ରଥମ କରି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ପ୍ରତ୍ୟେକ ପର୍ବ ପର୍ବାଣୀ ସମାଜର ଅବହେଳିତ ନିଷ୍ପେସିତ ଲୋକଙ୍କ ସହିତ ପାଳନ କରୁଥିବା “ବଦାନ୍ୟ ବନ୍ଧୁ” ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ସହିତ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୩୦ତାରିଖ ଶନିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନହଲଠାରେ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ କଳାକାର ବ୍ୟଙ୍ଗକବି ଏଥିରେ ସାମିଲ ହେବା ପାଇଁ ସିକୃତି ପ୍ରଦାନ କରିଛନ୍ତି । ଯେଉଁ କଳାକାର ତଥା କଳା ସଂଗଠନ ମାନେ ବିନା ପାରିଶ୍ରମିକରେ ଉକ୍ତ ମଞ୍ଚରେ କଳା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି, ବଦାନ୍ୟ ବନ୍ଧୁ ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ -୯୭୭୬୩୨୩୧୧୬ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଭେଟ୍‌ଘାଟ୍‌ ଦିନ ବିଭିନ୍ନ କ୍ଷେତ୍ରରେ ଯଥା କଳା, ସଂସ୍କୃତି, ସାହିତ୍ୟ ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତି/ସଂଗଠନ, ସମାଜସେବୀ/ସଂଗଠନ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି/ଅନୁଷ୍ଠାନ ତଥା ଲୁକ୍କାୟିତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.