ପଡୋଶୀଙ୍କ ଲୁହା ରଡ଼ ଆକ୍ରମଣରେ ମହିଳା ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନା ଅନ୍ତର୍ଗତ ଡେମ ପଡ଼ାର ଉତ୍କଳ ନଗରରେ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମହିଳା ଜଣକ ଡେମପଡ଼ା ସ୍ଥିତ ଉତ୍କଳ ନଗରର ଅନୁପମା ପାତ୍ର ବୋଲି ଜଣାପଡ଼ିଛି । ଗୁରୁତର ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମହିଳାଙ୍କୁ ତାଙ୍କ ପଡୋଶୀ ଫକୀର ବାଗ ଓ ବିମଳା ବାଗ ଲୁହା ରଡ଼ରେ ଆକ୍ରମଣ କରିଥିବା ଗୁରୁତର ମହିଳାଙ୍କ ସ୍ୱାମୀ ଶ୍ରୀବତ୍ସ ପାତ୍ର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.