jsm

ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ହେଲେ ଦେବେନ୍ଦ୍ର କୁମାର

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି । ନିର୍ବାଚନୀ ମଣ୍ଡଳୀ ସ୍ତରରେ ବିଜୁ ଛାତ୍ର ଜନତା ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଛାତ୍ର ନେତା ତଥା ସୁସଂଗଠକ ଦେବେନ୍ଦ୍ର କୁମାର ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଦେବେନ୍ଦ୍ର ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ୍ ରେଗଡା ପଞ୍ଚାୟତ ରେଗଡା (ଭୋଇପଡା)ଗାଁର ସନ୍ତାନ । ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଓ ବିଜୁ ଯୁବ ବାହିନୀର କର୍ଲାମୁଣ୍ଡା ବ୍ଲକ ସଂଯୋଜକ ଭାବେ ଦାୟିତ୍ଵ ତୁଲାଇ ଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ (ପୁଶୁ) ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ମ.ରାମପୁର ବ୍ଲକ ସଭାପତି ଗୋବିନ୍ଦ ଶତପଥି ତଥା ଅନ୍ୟାନ୍ୟ ନେତୃ ମଣ୍ଡଳୀଙ୍କଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.